ହକି ଏନ୍ତୁଳି ଶାଳରେ ସର୍ବ ବୃହତ ହକି ମହାକୁମ୍ଭ

ଉଦଯାପିତ ହେଲା ୨୭ତମ ସହିଦ ଅମିୟ ଦାସ ସ୍ମାରକୀ ହକି ଟୁର୍ଣ୍ଣାମେଣ୍ଟ

 କୋଇଡା, ୨୬/୧୧/୨୦୨୩ (ଓଡ଼ିଶା ସମାଚାର)-ଆଦିବାସୀ ଅଧ୍ୟୁଷିତ ତଥା ହକିର ଏନ୍ତୁଳି ଶାଳ ଭାବରେ ପରିଚିତ ସୁନ୍ଦରଗଡ ଜିଲ୍ଲାର ସର୍ବ ବୃହତ ହକି ମହାକୁମ୍ଭ  କୋଇଡା ବ୍ଲକ୍ ସାନରକ୍ସି ପଞ୍ଚାୟତ କୁଶଲ ତିର୍କୀ ମିନି ଷ୍ଟାଡିୟମ ଠାରେ ସହିଦ ଅମିୟ ଦାସ ହକି କ୍ଲବ୍ ପକ୍ଷରୁ ୨୭ତମ ଅମିୟ ଦାସ ସ୍ମାରକୀ ଭାବେ ହକି ଟୁର୍ଣ୍ଣାମେଣ୍ଟ ୨୦୨୩ ଉଦଯାପିତ ହୋଇଯାଇଛି । ଜିଲ୍ଲା ର ସର୍ବ ବୃହତ ହକି ଟୁର୍ଣ୍ଣାମେଂଟ ଭାବେ ଖେଳା ଯାଉଥିବା ଏହି ଟୁର୍ଣ୍ଣାମେଂଟ ଦୀର୍ଘ ୮ ଦିନ ଧରି ଚାଲିବା ସହ ଭାରତବର୍ଷ ରୁ ୮୦ ଗୋଟି ଦଳ ଭାଗ ନେଇଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଣାଇଁ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ ତଥା ଅନ୍ୟ ଅତିଥି ମଧ୍ୟରେ ବଣାଇଁ ଡିଏଫଓ ଲଳିତ କୁମାର ପାତ୍ର , ଆରଏସପି ଇଡି ରାହୁଲ ୱର୍ମା ,ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, କେପିଏସ୍ ଲଜିଷ୍ଟିକ୍ସ ମୁଖ୍ୟ ସକିଲ ଆନ୍ସାରି , ସିଆଇଟିୟୁ ସିପିଆଇଏମ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ ସାମଲ, ସିଆଇଟିୟୁ , କୋଇଡା ” କ ” ଜିଲ୍ଲା ପରିଷଦ ସଦସ୍ୟା ସୁଶିଳା ମୁଣ୍ଡା ପ୍ରମୁଖ ଯୋଗ ଦେଇ ସହିଦ୍ ଅମୀୟ ଦାସ ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଫାଇନାଲ ଦୁଇ ଦଳ ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ ।ରୋମାଞ୍ଚକର ଫାଇନାଲ ମୁକାବିଲା ଯେୋଉଁଥିରେ ଉଭୟ ଦଳ ପରସ୍ପର କୁ ୪-୪ ଗୋଲ୍ ଦେଇଥିଲେ ପରେ ପେନାଲ୍ଟି ସୁଟ୍ଆଉଟ୍ ରେ  ରେଲୱେ କ୍ରସିଂ ରକ୍ସି ଦଳକୁ ପରାସ୍ତ କରି ଗାଙ୍ଗପୁର ହକି ଆସୋସିଏସନ ରାଉରକେଲା  ଚଳିତ ବର୍ଷ ଚାମ୍ପିୟନ୍ ହୋଇଥିଲେ ।ପୁରସ୍କାର ବିତରଣ ଉତ୍ସବରେ ଅତିଥି ଗଣ ଚାମ୍ପିୟନ୍ ଦଳକୁ ୧ ଲକ୍ଷ ନଗଦ ସହ ଟ୍ରଫି, ରନର୍ସପ ଦଳକୁ ୮୦ ହଜାର ନଗଦ ସହ ଟ୍ରଫି, ତୃତୀୟ ସ୍ଥାନ ଅଧିକାର ଦଳ କୁ ୪୦ ହଜାର ନଗଦ ସହ ଟ୍ରଫି ଓ ଚତୁର୍ଥ ସ୍ଥାନ ଅଧିକାର ଦଳକୁ ୪୦ ହଜାର ନଗଦ ସହ ଟ୍ରଫି ପ୍ରଦାନ କରିଥିଲେ । ଏଥିସହ ଶ୍ରେଷ୍ଠ ସ୍କୋରର, ଗୋଲକିପର, ଡିଫେଣ୍ଡର କୁ ଟ୍ରଫି ଓ ନଗଦ ପ୍ରଦାନ କରାଯାଇଥିଲା ।କ୍ଲବ୍ ସଭାପତି ତଥା ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଡି.କେ ବଳ , ଆନନ୍ଦ ମାସି ହର, ନେଲସନ୍ ସୁରିନ୍ , ନେଲସନ୍ ଗୁରିଆ , ଲାଦୁ ମହାନ୍ତ, ଗୋପିନାଥ ମହାନ୍ତ ପ୍ରମୁଖ ଦୀର୍ଘ ୨୬ ବର୍ଷ ଧରି ବିଶାଳ ଆୟୋଜନ ସହ ଅଞ୍ଚଳରେ ହକିର ବିକାଶ ପାଇଁ ସଦେବ ଚେଷ୍ଟିତ ଥିବାରୁ ଅଞ୍ଚଳବାସୀଙ୍କ ମନରେ ଉଲ୍ଲାସ ଦେଖିବାକୁ ମିଳିଥିଲା ବିଶେଷ କରି ଶିଶୁ ମାନଙ୍କର ମନଲୋଭା ନୃତ୍ୟ ପ୍ରଦର୍ଶନ ସମସ୍ତଙ୍କୁ ମନ୍ତମୁଗ୍ଧ କରିଥିଲା । ଆଦିବାସି ପୋଷାକ , ନୃତ୍ୟ, ଗିତବାଦ୍ୟରେ ରକ୍ସି ଅଞ୍ଚଳ ଚଳଚଞ୍ଚଳ ଦେଖିବାକୁ ମିଳିଥିଲା । ଟୁର୍ଣ୍ଣାମେଂଟ ରେ ବହୁ ଅନ୍ତର୍ଜାତୀୟ ଖେଳ ତାରକା  ସମେତ ବହୁ ହକି ଲିଗ୍ ଖେଳାଳୀ ଭାଗ ନେଇଥିଲେ । ସେଲ୍ ଇଡି ଏହି ଜାତୀୟ ଖେଳ ଓ ବଡ ଟୁର୍ଣ୍ଣାମେଂଟ କୁ ଆହୁରୀ ଶୀର୍ଷ ରେ ପହଞ୍ଚାଇବାକୁ ସେଲ୍ ପକ୍ଷରୁ ସମସ୍ତ ପ୍ରକାରର ସହୋଯୋଗ କରିବେ ବୋଲି ମନ୍ତବ୍ୟ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *