ବିଜେଡ଼ି ତରଫରୁ ବିଶାଳ କର୍ମୀ ସମ୍ମିଳନୀ

                                                       ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ମୁଖ୍ୟ ମନ୍ତ୍ରୀ କରିବାକୁ ସଂକଳ୍ପ

ଭୁବନ, ୨୦/୦୪/୨୦୨୪ (ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୁବନ ଏନ୍ ଏ ସି ଯାତ୍ରା ପଡ଼ିଆରେ ବିଜେଡ଼ି ତରଫରୁ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାମାକ୍ଷାନଗର ବିଧାୟକ ପ୍ରାର୍ଥୀ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ଢେ଼ଙ୍କାନାଳ ଲୋକସଭା ପ୍ରାର୍ଥୀ ଡ଼ଃ ଅବିନାଶ ସାମଲ ଯୋଗଦେଇ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରି ବିଶ୍ଵ ରେକର୍ଡ ହାସଲ କରିବା ଏବଂ ଓଡ଼ିଶା ର ବିକାଶ କୁ ଶୀର୍ଷରେ ପହଞ୍ଚାଇବା ସକାଶେ ଡବଲ ଶଙ୍ଖ ଚିହ୍ନ ରେ ଭୋଟ ଦେବାକୁ ନିବେଦନ କରିଥିଲେ । ଉପସ୍ଥିତ ପ୍ରାୟ ୫ ହଜାର ରୁ ଉର୍ଦ୍ଧ୍ବ ମହିଳା ପୁରୁଷ ହରିବୋଲ ହୁଳହୁଳି ଦେଇ ସ୍ବାଗତ କରିଥିଲେ। ବିଜେଡ଼ି ଜିନ୍ଦାବାଦ,ନବୀନ ପଟ୍ଟନାୟକ ଜିନ୍ଦାବାଦ,ପ୍ରଫୁଲ୍ଲ ମଲ୍ଲିକ ଜିନ୍ଦାବାଦ,ଅବିନାଶ ସାମଲ ଜିନ୍ଦାବାଦ ନାରାବାଜି ରେ ସଭାସ୍ଥଳ ପ୍ରକମ୍ପିତ ହୋଇଥିଲା । ଏନ୍ ଏ ସି ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କର୍ମୀ ସମ୍ମିଳନୀ ରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଆତ୍ମା ଅଧ୍ୟକ୍ଷ ସୁଧାକର ସାହୁ ,ଜିଲ୍ଲା ବିଜେଡ଼ି ସମ୍ପାଦକ ଅଜୟ କୁମାର ସେଠୀ ପ୍ରମୁଖ ମଞ୍ଚାସିନ ହୋଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଭୁବନ ଏନ୍ ଏ ସି ର ୧୫ ଟି ୱାର୍ଡ ରୁ ବିଜେପି ଓ କଂଗ୍ରେସ ଦଳ ଛାଡ଼ି ୨୦୦ ରୁ ଉର୍ଦ୍ଧ୍ବ କର୍ମୀ ବିଜେଡି ରେ ସାମିଲ ହୋଇଥିଲେ ।ପୂର୍ବାହ୍ନରେ ଟିପିଲେଇ ହାଟ ପଡ଼ିଆରେ ଜୋନ ୧ ଏବଂ ୨ ର  ଏକ କର୍ମୀ ସମ୍ମିଳନୀ  ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା ।  ବିଜୁ ଜନତାଦଳର ଲୋକସଭା ପ୍ରାର୍ଥୀ ଡଃ ଅବିନାଶ ସାମଲ ଓ କାମାକ୍ଷା ନଗର ବିଧାୟକ ପ୍ରାର୍ଥୀ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କୁ ବିଶାଳ ବାଇକ୍ ଶୋଭାଯାତ୍ରାରେ ଟିପିଲେଇ ହାଟ ପଡ଼ିଆକୁ ପାଛୋଟି ଅଣାଯାଇଥିଲା । ଏହି ସଭାରେ  ବିଧାନସଭା ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ସମେତ ଦଳର ସମସ୍ତ କର୍ମକର୍ତ୍ତା ସହ ବହୁସଂଖ୍ୟାରେ ମହିଳା ଓ ଜନସାଧାରଣ ଯୋଗ ଦେଇଥିଲେ। ଦଳ ପକ୍ଷରୁ ଦୁଇ ପ୍ରାର୍ଥୀଙ୍କୁ ସ୍ଵାଗତ ଓ ସମ୍ଭର୍ଦ୍ଧନା ଦିଆଯାଇଥିଲା। ଲୋକସଭା ପ୍ରାର୍ଥୀ ଡଃ ଅବିନାଶ ସାମଲ ଆଗାମୀ ନିର୍ବାଚନରେ  ଯୋଡି ଶଙ୍ଖ ରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବାସହ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ପାଇଁ କହିଥିଲେ। ବିଧାୟକ ପ୍ରାର୍ଥୀଙ୍କୁ ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ଲୋକସଭାରେ  ଶଙ୍ଖ ଚିହ୍ନରେ ଭୋଟ ଦେଇ ନିଜ ଅଞ୍ଚଳକୁ ଆହୁରି ବିକଶିତ କରିବା ପାଇଁ ଜନସାଧାରଣଙ୍କୁ ସହଯୋଗ କରିବାପାଇଁ କହି ଭୋଟ ଭିକ୍ଷା କରିଥିଲେ। ମାର୍ଥାପୁର ପଞ୍ଚାୟତ ରୁ ୧୫ ଜଣ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ବିଜେଡି ରେ ଯୋଗଦେଇଥିଲେ । ଏହି କର୍ମୀ ସମ୍ମିଳନୀ ରେ ଭୁବନ ବ୍ଲକ ଜିଲ୍ଲା ପରିଷଦ ଜୋନ୍ ୧ ଏବଂ ୨ ର ସମସ୍ତ ସରପଞ୍ଚ,ସମିତି ସଭ୍ୟ ଙ୍କ ସମେତ ୫ ହଜାର ରୁ ଉର୍ଦ୍ଧ୍ବ ମହିଳା ପୁରୁଷ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *