ପ୍ରସନ୍ନ ପରିଡାଙ୍କ ପକ୍ଷରୁ ବନ୍ଧୁ ମିଳନ ଉତ୍ସବ

କେନ୍ଦ୍ରାପଡ଼ା, ୦୧/୦୪/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ାର ଗରାପୁରସ୍ଥିତ ସ୍ୱୟଂସିଦ୍ଧା ରିଶୋର୍ଟଠାରେ କେନ୍ଦ୍ରାପଡ଼ା ଲୋକସଭା ଆସନର ପୂର୍ବତନ ଆଶାୟୀ ଭାଜପା ପ୍ରାର୍ଥୀ ପ୍ରସନ୍ନ କୁମାର ପରିଡ଼ାଙ୍କ ଆବାହକତ୍ୱରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ ଉସôବରେ ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, ପଟ୍ଟାମୁଣ୍ଡାଇ, ରାଜନଗର, ଗରଦପୁର, ମାର୍ଶାଘାଇ, ଆଳି, କେନ୍ଦ୍ରାପଡ଼ା, ଡେରାବିଶ ଆଦି ୧୧ଟିି ବ୍ଲକରୁ ଯୋଗଦେଇଥିବା ଶତାଧିକ ଦଳୀୟ କର୍ମୀ, ସଂଘ ଅନୁଗାମୀ ଓ ହିନ୍ଦୁତ୍ୱବାଦୀ ବୁଦ୍ଧିଜୀବୀମାନଙ୍କୁ ସେମାନଙ୍କ ଅକୁଣ୍ଠ ସହଯୋଗ ଓ ସମର୍ଥନ ନିମିତ ଶ୍ରୀ ପରିଡ଼ା କୃତଜ୍ଞତା ଓ ଧନ୍ୟବାଦ୍ ଜ୍ଞାପନ କରିବା ସହିତ ଆଗାମୀ ନିର୍ବାଚନରେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ “ଅବ କି ବାର, ୪୦୦ ପାର” ଆହ୍ୱାନକୁ ସତ୍ୟସିଦ୍ଧ କରିବାରେ ସମସ୍ତ ସହଯୋଗ, ସମର୍ଥନ ଓ ସହଭାଗିତା ଯୋଗାଇଦେବାକୁ ଉପସ୍ଥିତ କାର୍ଯ୍ୟକର୍ତାଗଣଙ୍କୁ ବିନୀତ ଓ ହାର୍ଦ୍ଧିକ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସଂସଦରେ ୪୦୦ ସଂଖ୍ୟା ପାରର ସ୍ୱପ୍ନରେ କେନ୍ଦ୍ରାପଡ଼ା ଲୋକସଭା ଆସନ ଅନ୍ତର୍ଭୁକ୍ତ ଓ ଆଗାମୀ ନିର୍ବାଚନରେ କେନ୍ଦ୍ରାପଡ଼ାରୁ ଏକ ଭାଜପା ସାଂସଦଙ୍କୁ ନିର୍ବାଚିତ କରି ଏହି ସ୍ୱପ୍ନ ପୂରଣରେ ସହଯୋଗ କରିବା ପାଇଁ ସମସ୍ତ କର୍ମୀଙ୍କୁ ଏକମନ ଏକପ୍ରାଣ ହୋଇ ଦଳୀୟ ପ୍ରାର୍ଥୀଙ୍କ ବିଜୟ ରଥକୁ ଆଗେଇ ନେବାକୁ ଶ୍ରୀ ପରିଡ଼ା ଆହ୍ୱାନ ଦେଇଛନ୍ତି । ଦଳୀୟ କାର୍ଯ୍ୟକର୍ତାଙ୍କ ଅସନ୍ତୁଷ୍ଟତା ଏକ ସାମୟିକ ଭାବନା ଅଟେ ।  ରାଷ୍ଟ୍ରବାଦର ଆହ୍ୱାନ ଓ ଆକର୍ଷଣ ଏହି ଭାବନାକୁ ଦବାଇ ଆଗାମୀ ନିର୍ବାଚନରେ ଦଳୀୟ କାର୍ଯ୍ୟକର୍ତାମାନଙ୍କର ସମର୍ପଣ ଓ ପରିଶ୍ରମ ଦ୍ୱାରା ଭାଜପା ପ୍ରାର୍ଥୀମାନେ ହିଁ ଲୋକସଭା ଓ ବିଧାନସଭା ଆସନମାନଙ୍କରେ ବିଜୟ ହାସଲ କରିବେ ବୋଲି ଶ୍ରୀ ପରିଡ଼ା ଦୃଢ଼ ମତ ବ୍ୟକ୍ତ କରିଛନ୍ତି । କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଭାଜପାର ଆଶାୟୀ ପ୍ରାର୍ଥୀ ଭାବେ ସେ ନିଜ ରାଜନୈତିକ ଓ ସାମାଜିକ ଜୀବନର ପ୍ରାରମ୍ଭ କରିଛନ୍ତି ଏବଂ ଭବିଷ୍ୟତରେ ସ୍ଥାନୀୟ ଜନସାଧାରଣଙ୍କର ବିଭିନ୍ନ ସାମୁହିକ ଓ ସାମାଜିକ ସମସ୍ୟା ସମୟରେ ଜନତାଙ୍କ ସହିତ ଠିଆ ହେବାକୁ ଯେଉଁ ଶପଥ ସେ ନେଇଛନ୍ତି , ସେଥିରେ ସେ ପଛଘୁଂଚା ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି । ଏକ ଦୀର୍ଘକାଳୀନ ସଂଘ ସଦସ୍ୟ ଭାବେ ସେ ରାଜନୀତିକୁ ଏକ ଜନସେବା ଭାବେ ଗ୍ରହଣ କରିଛନ୍ତି ଏବଂ ପ୍ରାର୍ଥୀତ୍ୱ ନମିଳିଲେ ମଧ୍ୟ ଉପସ୍ଥିତ ସମର୍ଥକମାନଙ୍କ ମାଧ୍ୟମରେ ଏହି ସେବାର ପଥରେ ସେ ସହପଥିକ ହେବେ ବୋଲି ଶ୍ରୀ ପରିଡ଼ା ଦୃଢୋକ୍ତି କରିଛନ୍ତି । ଭାଜପାର କେନ୍ଦ୍ରୀୟ ନେତୃତ୍ୱ ଦ୍ୱାରା ମନୋନୀତ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ ବିପୁଳ ବିଜୟ ନିମିତ ନିଜର ଶୁଭ କାମନା ଜଣାଇବା ସହିତ ଉପସ୍ଥିତ ନିଜର ସମସ୍ତ ବ୍ଲକସ୍ତରୀୟ କାର୍ଯ୍ୟକର୍ତାଙ୍କୁ ଏହି ବିଜୟ ପାଇଁ ନିଜ ନିଜର ସମସ୍ତ ପ୍ରଚେଷ୍ଟା ଓ ସହଯୋଗକୁ ସମର୍ପଣ କରିବାକୁ ଶ୍ରୀ ପରିଡ଼ା ହାର୍ଦ୍ଧିକ ଅନୁରୋଧ କରିଛନ୍ତି । ରାଜ୍ୟରେ ପ୍ରାକ୍ ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳର ଆଶାୟୀ ପ୍ରାର୍ଥୀମାନେ ପ୍ରାର୍ଥୀ ଭାବେ ମନୋନୀତ ନହେଲେ ପ୍ରାୟତଃ ଯେଉଁ ବିଦ୍ରୋହୀ ମନୋଭାବ ରଖି ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ହେଉଛନ୍ତି, ତାହା ତୁଳନାରେ ଶ୍ରୀ ପରିଡ଼ାଙ୍କର ପ୍ରାର୍ଥୀତ୍ୱ ପ୍ରତ୍ୟାଖ୍ୟାନ ପରେ ମଧ୍ୟ ଏଭଳି ଦଳୀୟ ଓ ରାଷ୍ଟ୍ରବାଦ ସମର୍ଥନ ମନୋଭାବ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଭାବେ କେନ୍ଦ୍ରାପଡ଼ା ବୁଦ୍ଧିଜୀବୀ ଓ ଜନମାନସରେ ଆଲୋଡନ ସୃଷ୍ଟି କରିବା ସହିତ ଆଗାମୀ ଦିନରେ ରାଜ୍ୟ ଓ ରାଷ୍ଟ୍ର ରାଜନୀତିରେ ଏହିଭଳି ମନୋଭାବ ସମ୍ପୁର୍ଣ୍ଣ ସ୍ୱଚ୍ଛ ରାଜନୈତିକ ନେତୃତ୍ୱର ଆଶାକୁ ଦୃଢୀଭୂତ କରିଛି ।

Leave a Reply

Your email address will not be published. Required fields are marked *