ଜିଲା ଓକିଲ ସଂଘ ନିର୍ବାଚନରେ  ଧ୍ରୁବ ଜେନା ସଭାପତି ଓ ବ୍ରଜସୁନ୍ଦର ରାଉତ ସମ୍ପାଦକ ନିର୍ବାଚିତ

କେନ୍ଦ୍ରାପଡ଼ା, ୩୧/୦୩/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ଓକିଲ ସଂଘ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ବରିଷ୍ଠ ଆଇନଜୀବୀ ଧ୍ରୁବ ଚରଣ ଜେନା ଆଇନଜୀବୀ ରବିନାରାୟଣ ମହାନ୍ତିଙ୍କୁ ୨ଖଣ୍ଡ  ଭୋଟରେ ହରାଇ ସଭାପତି ନିର୍ବାଚିତ ହୋଇଛନ୍ତି ।  ଶ୍ରୀ ଜେନା ୨୩୯ଟି ଭୋଟ ପାଇଥିବା ବେଳେ ଶ୍ରୀ ମହାନ୍ତି ୨୩୭ଟି ଭୋଟ ପାଇଥିଲେ । ସେହିପରି ସଂଘର ଉପସଭାପତି ଭାବେ ସୁଶ୍ରୀ କୁମାରୀ ନାୟକ ଓ  ସାଧାରଣ ସମ୍ପାଦକ ଭାବେ ବ୍ରଜସୁନ୍ଦର ରାଉତ ନିର୍ବାଚିତ ହୋଇଛନ୍ତି । ଏହାସହିତ ଯୁଗ୍ମସମ୍ପାଦକ ଭାବେ ଚୈତନ୍ୟ ଚରଣ ମଲିକ, ଅତିରିକ୍ତ ଯୁଗ୍ମ ସମ୍ପାଦକ ଭାବେ ସୁବାଷ ଚନ୍ଦ୍ର ଭଦ୍ର, କୋଷାଧ୍ୟକ୍ଷ ଭାବେ ନିରାକାର ପ୍ରଧାନ, କାର୍ଯ୍ୟକାରୀ କମିଟି ସଦସ୍ୟ ଭାବରେ ପ୍ରଭାତରଞ୍ଜନ ପାଣ୍ଡେ ଓ ନିହାରିକା ଦାସ ପଟ୍ଟନାୟକ ପ୍ରମୁଖ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ସଞ୍ଜୟ କୁମାର ପତ୍ରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *