ସମାଜସେବୀ ସ୍ଵର୍ଗତ ରମେଶ ଚନ୍ଦ୍ର ନରେନ୍ଦ୍ର ଥିଲେ ଜଣେ ଦରଦୀ ମଣିଷ

ନିରାକାରପୁର, ୩୦ /୦୩/୨୦୨୪ (ଓଡ଼ିଶା ସମାଚାର)- ସ୍ଵର୍ଗତ ରମେଶ ଚନ୍ଦ୍ର ନରେନ୍ଦ୍ର ଜଣେ ସରଳ ବିଶ୍ୱାସୀ ଓ ଦରଦୀ ମଣିଷ ଥିଲେ। ସେ ସବୁବେଳେ ପର ଉପକାର କରିବାରେ ଖୁସି ଅନୁଭବ କରନ୍ତି ବୋଲି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବଡପୋଖରିଆ ଠାରେ ଅନୁଷ୍ଠିତ ସ୍ଵର୍ଗତ ରମେଶ ଚନ୍ଦ୍ର ନରେନ୍ଦ୍ର ଙ୍କ ସ୍ମୃତି ଚାରଣ ସଭା ରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ସଭାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ। ଜ୍ୟୋତ୍ସା ରାଣୀ ଜେନା, ଭବାନୀ ଶଙ୍କର ଜଗଦେବ, ଶାନ୍ତି କମିଟି ସଭାପତି ଲିଙ୍ଗରାଜ ସାମନ୍ତ ସିଂହାର, ସମ୍ପାଦକ ରବୀନ୍ଦ୍ର କୁମାର ବଳିଆରସିଂହ, ଅବସରପ୍ରାପ୍ତ ଶିକ୍ଷକ ପର୍ଶୁରାମ ତ୍ରିପାଠୀ, ଗଗନ ବିହାରୀ ପାଇକରାୟ,ହାଡିବନ୍ଧୁ ବଳିଆର ସିଂହ, ସୁନିଲ ମାନ୍ଧାତା, ଶିବ ମହାପାତ୍ର,ଦିଲ୍ଲୀପ କୁମାର ବିଧାର ଓ ଈଶ୍ୱର ଚନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇ ସ୍ଵର୍ଗତ ରମେଶ ବାବୁଙ୍କ ସ୍ମୃତି ଚାରଣ କରିଥିଲେ। ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ପାଇକରାୟ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *