ଭୁବନେଶ୍ୱର,୨୨/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ପୂର୍ବତନ ମନ୍ତ୍ରୀ, ପ୍ରବୀଣ ରାଜନେତା ଡାକ୍ତର ଦାମୋଦର ରାଉତ ଙ୍କ ବିୟୋଗରେ ରେ ଶିଳ୍ପ, ଶକ୍ତି ଓ ଏମ ଏସ ଏମ ଇ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଗଭୀର ଶୋକ ପ୍ରକାଶ କରିଛନ୍ତି. । ଏକ ଶୋକ ବାର୍ତ୍ତା ରେ ମନ୍ତ୍ରୀ ଶ୍ରୀ ଦେବ ଡାକ୍ତର ରାଉତ ଙ୍କୁ ଜଣେ ନିର୍ଭିକ,ସ୍ପଷ୍ଟବାଦୀ ରାଜନେତା, ଦକ୍ଷ ସଂଗଠକ ଓ ପ୍ରତିବଦ୍ଧ ସମ୍ପନ୍ନ ବ୍ୟକ୍ତିତ୍ୱ ବୋଲି ପ୍ରକାଶ କରିବା ସହ ତାଙ୍କର ପରଲୋକ ରେ ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି କହିଛନ୍ତି ।