ନିର୍ବାଚନ ଆଚରଣଵିଧି ପାଇଁ ବନ୍ଦ ରହିବ ଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର, ୧୭/୦୩/୨୦୨୪ (ଓଡ଼ିଶା ସମାଚାର)- ଆଗାମୀ ସାଧାରଣ ନିର୍ବାଚନ – ୨୦୨୪ ନିମନ୍ତେ ନିର୍ବାଚନ ଆୟୋଗ ଙ୍କ ବିଜ୍ଞପ୍ତି ପ୍ରକାଶ ପାଇଛି.। ନିର୍ବାଚନ ତାରିଖ ଘୋଷଣା ହେବା ସହିତ ଆଦର୍ଶ ଆଚରଣ ଵିଧି  ଲାଗୁ ହୋଇଛି।ଏହି କ୍ରମରେ ପ୍ରତି ସୋମବାରରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହେଉଥିବା ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *