କଟକ ସଦର, ୨୯/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ଗତ ୨୬ ତାରିଖ ଦିନ ବିଜେଡ଼ି ର ପ୍ରତିଷ୍ଠା ଦିବସରେ କଟକ ସଦର ତଥା ଚୈ।ଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ କର୍ମୀ ଙ୍କ ସମ୍ମୁଖରେ ଏମିତି ଖୋଲାଖୋଲି ଟିପ୍ପଣୀ ଦେଇଥିଲେ ଯାହା ରାଜ୍ୟ ବିଜେଡ଼ି ରାଜନୀତି ରେ ଚର୍ଚ୍ଚା ସହିତ କମ୍ପନ ସୃଷ୍ଟି କରିଥିଲା। ପ୍ରଭାତ ହାରିଥିଵା ୫ ଜଣ ନେତାଙ୍କୁ ଭୁବନେଶ୍ୱର ରେ ରହି ରାଜ୍ୟ ରାଜନୀତି ଛାଡ଼ି ନିଜ ନିଜର ନିର୍ବାଚନ ମଣ୍ଡଳୀ କୁ ଯାଇଁ ସଂଗଠନ ସହ ଲୋକଙ୍କ କଥା ବୁଝନ୍ତୁ। ଯଦି ମାମଲାତି କରୁଥିବା ହାରଉ ନେତା ମାନେ ଭଲରେ ଭଲରେ ଏହାକୁ ନମାନନ୍ତି ତେବେ ପ୍ରଥମେ ଚୈ।ଦ୍ୱାର-କଟକରୁ ତୀବ୍ର ବିରୋଧ ଆରମ୍ଭ କରାଯିବ। ଏଥିସହିତ ପ୍ରଭାତ କହିଛନ୍ତି ଯେ ସୁଜାତା କାର୍ତ୍ତିକେୟ ପାଣ୍ଡିଆନଙ୍କୁ ରାଜ୍ୟସଭା ପଠାଯାଉ।
ଏହି ପ୍ରସଙ୍ଗରେ ବାରବାଟୀ-କଟକର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ପ୍ରଭାତ ଙ୍କୁ କାଉଣ୍ଟର ଆଟାକ୍ କରିଛନ୍ତି। ରାଜନୀତି ରୁ ସନ୍ୟାସ ନେଇଥିବା ନାଲି ଵାଵା ପ୍ରଭାତ କାହିଁକି ବାରମ୍ବାର ଅଯଥା ରାଜନୀତିରେ ହସ୍ତକ୍ଷେପ କରୁଛନ୍ତି ଵୁଝାପଡୁ ନାହିଁ। ଯାହାଙ୍କୁ ପୂର୍ବରୁ ଗାଳି ଦେଉଥିଲେ ଏବଂ ଖୋଲାଖୋଲି ବିରୋଧ କରୁଥିଲେ ଏମିତି କଣ ହେଲା ଯେ ହଠାତ୍ ସ୍ୱର ବଦଳିଗଲା।
ପ୍ରଭାତ ନିଜେ କହୁଛନ୍ତି ନା ତାଙ୍କୁ କୁହାଯାଉଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ବୋଲି ଦେବାଶିଷ କହିଛନ୍ତି। ଅନ୍ୟପକ୍ଷରେ ପ୍ରଭାତ ଏହାର କଡ଼ା ଜବାବ ରଖିଛନ୍ତି।ମତେ ଯେଉଁ ନାଲିଵାଵା କଥା ଦେବାଶିଷ କହିଛନ୍ତି ତାଙ୍କ ପାଇଁ ମୁଁ ନାଲି ରଙ୍ଗର ପୋଷାକ ପିନ୍ଧୁଚି। ଦେବାଶିଷ ଙ୍କ କଳା ଚିଠା ମୋ ପାଖରେ ଅଛି।ସବୁ ଖୋଲିବି ବୋଲି ପ୍ରଭାତ ଦୋହରାଇଛନ୍ତି। ସେହିପରି ଗତ କିଛି ଦିନ ତଳେ କିଛି ବିଜେଡ଼ି ନେତା ଦୁଇଥର ବନ୍ଧୁ ମିଳନ ଆଳରେ ଏକାଠି ହୋଇଥିବା ବେଳେ ଗତକାଲି ରବିବାର ଦିନ ଦେବାଶିଷ ଙ୍କ ଫାର୍ମ ହାଉସ୍ ରେ ପୁଣି ଏକାଠି ହେବା ବିଜେଡ଼ି ରାଜନୀତି କୁ ହଟଚମଟ କରିଛି। ତେବେ ବିଜେଡ଼ି ଯୁବ ଛାତ୍ର ମାନଙ୍କୁ ନେଇ ତାର ଘର ସଜଡ଼ା ଆରମ୍ଭ କରିଥିବା ବେଳେ ଏପଟେ ଅନ୍ତଃକନ୍ଦଳ ହାଟରେ ପଡ଼ି ଦାଣ୍ଡରେ ଗଡଗଡଉଛି।
