ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ   ଗାଦି ଓ ପୀଠ ଉନ୍ନତି କରଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ନେମାଳ,୧୧/୦୩/୨୦୨୪(ଓଡିଶା ସମାଚାର /ଅଭୟ ଜେନା)- କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନେମାଳ ଅଚ୍ୟୁତାନନ୍ଦ ମହାପୁରୁଷ ଙ୍କ ପବିତ୍ର ଗାଦି ଓ ପୀଠର ଉନ୍ନତି କରଣ ର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଭାସୀ ମାଧ୍ୟମରେ ଏହି କାର୍ୟ୍ୟ ର ଶୁଭାରମ୍ଭ କରିଛନ୍ତି । ଶୁଭାରମ୍ଭ ସମୟରେ ନବୀନ ଓଡିଶା ଓ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଉପସ୍ଥିତ ରହି ଏହାକୁ ପରିଚାଳନା କରିଥିଲେ  । ନେମାଳ ଠାରେ ଆୟୋଜିତ ବିଶାଳ ସମାବେଶ ରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଓ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଉପସ୍ଥିତ ରହିଥିଲେ । ଉଲ୍ଲେଖ ନୀୟ ଯେ, ପୂର୍ବରୁ ଭି କେ ପାଣ୍ଡିଆନ ନେମାଳ ଅଚ୍ୟୁତାନନ୍ଦ ଙ୍କ ପୀଠ ପରିଦର୍ଶନ କରି ଉନ୍ନତି କରଣ ନିମନ୍ତେ ୨୫କୋଟି ଟଙ୍କା ମଂଜୁର କରିଥିଲେ । ଆଜିର କାର୍ୟ୍ୟକ୍ରମ ରେ କଟକ ଜିଲ୍ଲାପାଳ ଙ୍କ ସମେତ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *