ସାପ କାମୁଡାରେ ମୃତ ମହିଳାଙ୍କ ପରିବାରକୁ ଭେଟିଲେ ତହସିଲଦାର

 ବରଗଡ, ୧୨/୮/୨୦୨୪ (ଓଡ଼ିଶା ସମାଚାର/ନିରଞ୍ଜନ ତ୍ରିପାଠୀ)- ବରଗଡ ଜିଲ୍ଲା ଗାଇସିଲେଟ ଥାନା କଟାବାହାଲ ଗ୍ରାମପଞ୍ଚାୟତ କୁଲିଆରୀ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ନିଲେନ୍ଦ୍ରି ବିଭାର ବୟସ ( ୨୪ ) ସେ ଶୋଇଥିବା ସମୟରେ ବିଳମ୍ବିତ ରାତ୍ରୀରେ ଏକ ବିଷାକ୍ତ ସାପ ତାଙ୍କ ହାତରେ କାମୁଡି ଦେବାରୁ ହଟାତ ତାଙ୍କ ନିଦ ଭାଙ୍ଗିଯାଇଥିଲା । ବିଷଧର ସାପକୁ ଦେଖିଲା ପରେ ମହିଳା ଜଣକ ଜୋରରେ ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ସମସ୍ତେ ଉଠିଯାଇଥିଲେ । ପରେ ତାଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବାବେଳେ ସେଠାରେ ତାଙ୍କ ଚିକିତ୍ସିତ ଅବସ୍ଥାରେ ଡାକ୍ତର  ମୃତ ଘୋଷଣା କରିଥିଲେ। ତେବେ ତାଙ୍କର ଏକ ୪ ବର୍ଷର କୁନି ଝିଅ ଥିବାରୁ  ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଥିଲା । ଘଟଣା ସମ୍ପର୍କରେ ଅବଗତ ହୋଇ ସ୍ଥାନୀୟ ତହସିଲଦାର ଟିଟସ ମହାନନ୍ଦିଆ ମୃତକଙ୍କ ପରିବାରକୁ ଭେଟି ସରକାରୀ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଘଟଣା ପରେ ତହସିଲଦାର ମହୋଦୟ ଶୋକସନ୍ତପ୍ତ ପରିବାରକୁ ଭେଟି ତୁରନ୍ତ ସହାୟତା ପ୍ରଦାନ ପାଇଁ ନେଇଥିବା କାର୍ଯ୍ୟାନୁଷ୍ଠାନ ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ତାଙ୍କୁ ପ୍ରଶଂସା କରିଛନ୍ତି ।  ବର୍ଷାଦିନ କାରଣରୁ ବିଷଧର ସାପମାନେ ଘରେ ପଶିଯାଇ ମଣିଷକୁ କ୍ଷତି ପହଂଚାଉଛନ୍ତି । ତେଣୁ ସମସ୍ତେ ଏଥିପ୍ରତି ସତର୍କ ରହିବାକୁ ତହସିଲଦାର ମହୋଦୟ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *