ବ୍ଲକ ସ୍ତରୀୟ ଶିକ୍ଷଣ ଶିକ୍ଷାଦାନ ସାମଗ୍ରୀ ପ୍ରଦର୍ଶନୀ

କେସିଙ୍ଗା ୦୮/୦୩/୨୦୨୪ (ଓଡ଼ିଶା ସମାଚାର)-କଳାହାଣ୍ଡି ଜିଲ୍ଲା କେସିଙ୍ଗାସ୍ଥିତ  ବିଦ୍ୟାପୀଠ ସଭା ଗୃହ ଠାରେ   ଗୋଷ୍ଠୀ ଶିକ୍ଷା ଅଧିକାରୀ  ଆନନ୍ଦ କୁମାର ବେହେରା ଙ୍କ ସଭାପତିତ୍ବ ରେ  ବ୍ଲକ ସ୍ତରୀୟ ଶିକ୍ଷଣ ଶିକ୍ଷାଦାନ ସାମଗ୍ରୀ ପ୍ରଦର୍ଶନୀ ବୁଧବାର  ଅନୁଷ୍ଟିତ ହୋଇ ଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ କେସିଙ୍ଗା ବିଡ଼ିଓ ପଦ୍ମନାଭ ପୁରୋହିତ ,ସ୍ବତତ୍ର ଅତିଥି ଭାବେ ଅଧ୍ୟକ୍ଷ ନୃପ ରାଜ ଯାଦବ ,ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଯାନୀ, ସମ୍ମାନିତ ଅତିଥି ଭାବେ ମଧୁସ୍ମିତା ନାଏକ କଲମପୁର,ପଙ୍କଜିନି ମାଝୀ ଧର୍ମଗଡ ପ୍ରମୁଖ ବ୍ଳକ ରୁ ଉକ୍ତ କାର୍ଯ୍ୟକ୍ରମ ରେ ପ୍ରଥମ ଅଧିବେଶନ ରେ ଯୋଗଦେଇଥିଲେ। ସନ୍ଧ୍ୟା ଅଧିବେଶନ ରେ ମୁଖ୍ୟ ଅତିଥି ଭାବେ ଡ଼ି.ଇ.ଓ.କଳାହାଣ୍ଡି ଶୁସାନ୍ତ କୁମାର ଚପଦାର ,ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗଦେଇଥିଲେ।ଜିଲା ର ବିଭିନ୍ନ ବ୍ଳକ ରୁ ଆସିଥିବା ଅତିଥିମାନେ ଛାତ୍ରଛାତ୍ରୀ ଙ୍କୁ ନୂତନ ପ୍ରଣାଳୀରେ ଶିକ୍ଷାଦାନ ଦେବାର କୌଶଳ, ଗତ କୋବିଡ଼ ସମୟରେ ଦୁଇ ବର୍ଷ ଧରି ଶିକ୍ଷା ଦାନ କ୍ଷେତ୍ରରେ ବାଧା ପ୍ରାପ୍ତ ହୋଇଥିବା ଛାତ୍ରୀ ଛାତ୍ରଙ୍କୁ ପେପର କଟିଙ୍ଗ, ମାଟିକାମ,ସୋଲକାମ,ମୋବାଇଲ ଫୋନ,ଲାପଟପ ର ଉଚିତ ବ୍ୟବହାର ସହ ବିଭିନ୍ନ  ପ୍ରକାର ପ୍ରକଳ୍ପ ପ୍ରଦର୍ଶନୀ ମାଧ୍ୟମରେ ଶିକ୍ଷାଦାନ  କରାଯାଇଥିଲା।

Leave a Reply

Your email address will not be published. Required fields are marked *