ମେଣ୍ଟ ରାଜନୀତିକୁ ନେଇ କଟକ ସଦରରେ ଵିଜେଡି ଵିଜେପି ର ଗୁମସୁମ ପରିସ୍ଥିତି, କଂଗ୍ରେସ ଉତ୍ସାହିତ

କଟକ ସଦର , ୦୭/୦୩/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଵିଜେପି ଓ ଵିଜେଡି ମଧ୍ୟରେ ମେଣ୍ଟ ହେଉଥିବା ଅସମର୍ଥିତ ଭାବେ ଜଣା ପଡ଼ିବା ପରେ କଟକ ସଦର ନିର୍ବାଚନମଣ୍ଡଳୀରେ ଉଭୟ ଦଳର ଗୁମସୁମ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି। ଉଭୟ ଦଳ ନିର୍ବାଚନକୁ ଦୃଷ୍ଟିରେ ଲୋକଙ୍କ ପାଇଁ ଭଣ୍ଡାର ଖୋଲା ଯୋଜନା ସଵୁ ଗୋଟିଏ ପରେ ଗୋଟିଏ ପ୍ରଣୟନ କରୁଥିବା ଵେଳେ ମେଣ୍ଟ ହୋଇ ନିର୍ବାଚନ ଲଢ଼ିବା କଥାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସେଥିରେ ଉକ୍ତ ଆସନ ଵିଜେଡି ନାଁ ଵିଜେପି ଭାଗରେ ପଡୁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଉଭୟ ଦଳର ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କୁ ଏହି ଆସନ ମିଳିବ ଵୋଲି କେଵଳ ଉପର ମନରେ କହୁଥିବା ଜଣାପଡିଛି। ସେଥିରେ ଯଦି ଵିଜେଡି କିମ୍ଵା ଵିଜେପି ଭାଗରେ ଉକ୍ତ ଆସନ ପଡେ ତେବେ ତେବେ ମହିଳା ପ୍ରାର୍ଥୀଙ୍କୁ ଦଳୀୟ ଟିକେଟ ମିଳିବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ ଵୋଲି ତଥ୍ୟାଭିଜ୍ଞ ମହଲରୁ ଜଣାପଡିଛି।ଏ ସଵୁ ଭିତରେ କଂଗ୍ରେସ ବେଶ୍ ଉତ୍ସାହିତ ଥିବା ଲକ୍ଷ୍ୟ କରାଯାଉଛି।କାରଣ ଏଇଆ ଯେ କଂଗ୍ରେସ ଭୋଟ ସହ ଵିଜେପି ଵିଜେଡିର ଅସନ୍ତୁଷ୍ଟ ଭୋଟ ହାତେଇବା ଲକ୍ଷରେ କଂଗ୍ରେସ ରହିଛି। ହେଲେ ଏଠାରେ ସ୍ଵାଧୀନ ପ୍ରାର୍ଥୀ ନିର୍ଣ୍ଣାୟକ ଭୂମିକା ନେଵେ ଵୋଲି ଚର୍ଚ୍ଚା ହେଉଥିଲା ବେଳେ ଆଗାମୀ ଦିନରେ ମେଣ୍ଟ ଘୋଷଣା ପରେ ସ୍ପଷ୍ଟ ଚିତ୍ର ଜଣାପଡିଵ ଵୋଲି ରାଜନୀତି ପଣ୍ଡିତ ମାନେ ମତବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *