ନିରାକାରପୁର, ୦୩/୦୩/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନିରାକାରପୁର ପଞ୍ଚାୟତ ହସ୍ପିଟାଲ ଓ ଷ୍ଟେସନ ପ୍ଲାଟଫର୍ମ ଠାରେ ପୋଲିଓ ଦିବସ ପାଳିତ ହୋଇଯାଇଛି। ନିରାକାରପୁର ସରକାରୀ ହସ୍ପିଟାଲ୍ ଡାକ୍ତର ଯୋଗ ଦେଇ ଏହି ସାମୁହିକ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହିତ ପୋଲିଓ ରୋଗର କାରଣ ଓ ନିରାକରଣ ଉପରେ ଉପସ୍ଥିତ ଜନସାଧାରଣ ଙ୍କୁ ବୁଝାଇଥିଲେ। ସେହିପରି ଆମ ଦେଶ ରୁ ବିଗତ ଦିନ ଅପେକ୍ଷା ପୋଲିଓ ରୋଗ କମିଥିଲେ ମଧ୍ୟ ଅନ୍ୟ ଦେଶ ରେ ଏହା ର ପ୍ରଭାବ ରହିଛି।ତେଣୁ ଏହା ପୁନର୍ବାର ଆମ ଦେଶ କୁ ଫେରିବା ପୂର୍ବରୁ ଆମେ ସମସ୍ତେ ସଚେତନ ହୋଇ ଆଗୁଆ ପଦକ୍ଷେପ ନେବା ନିହାତି ଜରୁରୀ ହୋଇପଡିଛି।ତେଣୁ ଜନପ୍ରିୟ ସରକାରଙ୍କ ପ୍ରଥମ ପଦକ୍ଷେପ ରୂପେ ସ୍ୱାସ୍ଥ୍ୟ ହିଁ ସମ୍ପଦ କୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।ତେଣୁ ସବୁସ୍ତରରେ ଆମେ ଏହି ପୋଲିଓ ବୁନ୍ଦା କୁ ୦-୫ ବର୍ଷ ପିଲାଙ୍କୁ ପୋଲିଓ ବୁନ୍ଦା ଖୁଆଇବା ସହିତ ଏକ ସୁସ୍ଥ ଓ ସୁନ୍ଦର ପରିବେଶ ଗଠନ ରେ ସହାୟକ ହେବା ଜରୁରୀ ବୋଲି ମତ ଦେଇଥିଲେ।। ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ,ଆଶା କର୍ମୀ ଓ ସ୍ବାସ୍ଥ୍ୟ କର୍ମୀ ମାନେ ସହଯୋଗ କରିଥିଲେ।
ନିରାକାରପୁରରେ ପୋଲିଓ ଦିବସ ପାଳିତ
