ନାବାଳିକା ଯୁକ୍ତଦୁଇ ଛାତ୍ରୀକୁ ଦୁଷ୍କର୍ମ – ଗର୍ଭ ନଷ୍ଟ ପାଇଁ ପ୍ରେମିକର ଔଷଧ ରେ ନାବାଳିକା ଗୁରୁତର ଅସୁସ୍ଥ

ନିରାକାରପୁର, ୨୯/୦୨/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ମଧ୍ୟରୁ ଜଂକିଆ ଥାନା ମଳିପଡା ଗ୍ରାମର ଜଣେ ନାବାଳିକା ଛାତ୍ରୀ (୧୬) ଯୁକ୍ତ ଦୁଇ ରେ ପଢିବାକୁ ସିକୋ କଲେଜ ଆସୁଥିବାବେଳେ ନିକଟରେ ପାଣି ଟାଙ୍କି କାର୍ଯ୍ୟରତ ହଜ ଗ୍ରାମର ବାପି ଦାଶ ପ୍ରେମରେ ପଡିଯାଇଥିଲା। ପରେ ସେମାନଙ୍କ ମଧ୍ୟରେ ବାରମ୍ବାର ଶାରୀରିକ ସମ୍ପର୍କ ହୋଇଥିଲା। ଯୁବକ ଜଣକ ନାବାଳିକା କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ପରେ ନାବାଳିକା ଅନ୍ତସ୍ୱତ୍ତ। ହୋଇଯାଇଥିଲା। ଏ କଥା ଜାଣି ବାପି ତାକୁ ଗର୍ଭ ନଷ୍ଟ କରିବା ପାଇଁ କିଛି ଔଷଧ ଦେଇଥିଲା। ପରେ ନାବାଳିକା ଅତ୍ୟଧିକ ରକ୍ତ ସ୍ରାବ ହେବାରୁ ସମସ୍ତ କଥା ଝିଅ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ତରଫରୁ ଝିଅ କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରାଯାଇ ଜଂକିଆ ଥାନାର ଅଭିଯୋଗ କରାଯାଇଥିଲା। ଏହାକୁ ଭିତ୍ତି କରି ଜଂକିଆ ଥାନା ଆଇଆଇସି ପ୍ରଜ୍ଞା ରିତମ୍ଭରା କର ବାପି କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଅଧିକ ତଥ୍ୟ ପାଇଁ ଅନୁସନ୍ଧାନ ଜାରୀ ରଖିଛନ୍ତି।

Leave a Reply

Your email address will not be published. Required fields are marked *