ପିଏମଶ୍ରୀ କୋରୋ ହାଇସ୍କୁଲରେ ଗୁରୁଦିବସ ପାଳିତ

କେନ୍ଦ୍ରାପଡ଼ା,୦୫/୦୯/୨୦୨୬ (ଓଡ଼ିଶା ସମାଚାର)- ପିଏମଶ୍ରୀ କୋରୋ ପଂଚାୟତ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ଖୁବ୍ ଧୁମଧାମରେ ପାଳିତ ହୋଇଯାଇଛି । ପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଗୁରୁପୂଜନ ଆୟୋଜନ କରାଯାଇଥିଲା । ସରକାରଙ୍କ ପୂର୍ବ ନିର୍ଦ୍ଧାରିତ ଚିଠି ମୁତାବକ ସ୍ଥାନୀୟ ଅଂଚଳର ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ଦାଶ, ବସନ୍ତ କୁମାର ନାୟକ, ଶରତ ଚନ୍ଦ୍ର ବିଶ୍ୱାଳ, ହରେକୃଷ୍ଣ ସିଂହ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସମ୍ବର୍ଦ୍ଧିତ ଶିକ୍ଷକମାନେ ଉପାଦେୟ ଅଭିଭାଷଣ ପ୍ରଦାନ କରିଥିଲେ । ତତ୍ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା “ଗୁରୁ ଶିଷ୍ୟ ପରମ୍ପରା’ ପ୍ରସଙ୍ଗରେ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।

ଶିକ୍ଷକ ମାନେ ମଧ୍ୟ ସମ୍ୟକ୍ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ସୋମନାଥ ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ବରିଷ୍ଠ ଶିକ୍ଷକ ହିମାଂଶୁ ଶେଖର ପରିଡା, ତୃପ୍ତିରେଖା ପରିଡା, ଜଗନ୍ନାଥ ପ୍ରସାଦ ଉପାଧ୍ୟାୟ, ମୋନାଲିସା ବେହୁରା, ଦୀପ୍ତିମୟୀ ମୁଦୁଲି, ଇତିଶ୍ରୀ ପ୍ରଧାନ ପୁଷ୍ପମିତ୍ରା ଦ୍ୱିବେଦୀ, ଦୀପ୍ତିରେଖା ପରିଡା, ସାବିତ୍ରୀ ବିଶ୍ୱାଳ, ରଞ୍ଜନ କୁମାର ମଲିକ, ଚିତ୍ରସେନ ମାଝୀ, ଏଲିନା ରାଉତରାୟ, ଉମେଶ ଲାକ୍ରା, ଅରବିନ୍ଦ ବାରିକ୍, ପ୍ରିୟଙ୍କା ପ୍ରତିଶ୍ରୁତି ନାୟକ, ରଘୁନାଥ ବେହେରା, ଆଶିଷ କୁମାର ସ୍ୱାଇଁ, କଳ୍ପନା ମଞ୍ଜରି ଦାସ ଓ ଶିଶୁ ସେବିକା ଅନ୍ନପୂର୍ଣା ସେଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର କର୍ମଚାରୀ ବିପିନ୍ ବିହାରୀ ଗୋଚ୍ଛାୟତ, ହିମାଂଶୁ ଭୂଷଣ ପଣ୍ଡା ଓ ସୁରେଶ ଚନ୍ଦ୍ର ଦାସ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *