କେନ୍ଦ୍ରାପଡ଼ା, ୧୬/୭/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଏକ ଭାଇଚାରାର ସହର । ଏଠି ସମସ୍ତ ସମ୍ପ୍ରଦାୟର ଲୋକମାନେ ଏକାଠି ହୋଇ ସମସ୍ତ ପର୍ବପର୍ବାଣୀ ପାଳନ କରିଥାନ୍ତି । ଏହାର ଏକ ଝଲକ କେନ୍ଦ୍ରାପଡା ଜିଲା ତଥା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ଘୋଷଯାତ୍ରାରେ ଦେଖିବାକୁ ମିଳିଥିଲା । ସିଦ୍ଧ ଶ୍ରୀବଳଦେବଜୀଉଙ୍କ ଘୋଷଯାତ୍ରା ଅବସରରେ ରେସ୍ୱା ସ୍ୱେଛାସେବୀ ସଂଗଠନ ଏବଂ ସୁଭଦ୍ରା ଟ୍ରେଡରର ମିଳିତ ସହାୟତାରେ ଶ୍ରୀଜୀଉଙ୍କ ରଥଦାଣ୍ଡରେ ଭକ୍ତଙ୍କ ନିମନ୍ତେ ମୃଦୁ ପାନୀୟ ବଂଟନ କରାଯାଇଥିଲା । ଏଥିରେ ହିନ୍ଦୁ ଏବଂ ମୁସଲିମ ସମ୍ପ୍ରଦାୟର ଲୋକମାନେ ମିଳିତ ଭାବେ ବଡଦାଣ୍ଡରେ ଭକ୍ତ ମାନଙ୍କର ତୃଷ୍ଣା ମେଂଟାଇବା ପାଇଁ ମୃଦୁ ପାନୀୟ ବଂଟନ ସେବା ପ୍ରଦାନ କରିଥିଲେ । ଏହି ସେବା ସାଧାରଣ ଜନତାଙ୍କ ମଧ୍ୟରେ ପ୍ରଶଂସା ସାଉଁଟି ଥିଲା । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସ୍ୱେଚ୍ଛାସେବୀ ମାନଙ୍କ ଉପରେ ସତେ ଯେମିତି ଆବାଳ ବୃଦ୍ଧବନିତାଙ୍କ ଆଶିର୍ବାଦ ଢାଳି ହୋଇପଡୁଥିଲା । ଏଥିରେ ରେସ୍ୱା ନିର୍ଦେଶକ ସେକ ଲିୟାକତ ହୋସେନ, ସମାଜ ସେବୀ ମୁର୍ସିଦ ଅହେମଦ, ସରୋଜ ମହାରଣା, ରେସ୍ୱା ଶିଶୁଯତ୍ନ ଅନୁଷ୍ଠାନ ଅଧିକ୍ଷକ ଅମିତ ରଞ୍ଜନ ସାହୁ, ସୁଭଦ୍ରା ଟ୍ରେଡରର ମାଲିକ ରଶ୍ମିକାନ୍ତ ବେହେରା, ଶୁଭ୍ରଜିତ ବେହେରା ଏବଂ ରେସ୍ୱା ଓ ସୁଭଦ୍ରା ଟ୍ରେଡରର ବହୁ କର୍ମକର୍ତାମାନେ ଉପସ୍ଥିତ ରହି ଏହି ସେବା କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ । ବୁଦ୍ଧିଜୀବୀ ମହଲରେ ରେସ୍ୱା ସ୍ୱେଛାସେବୀ ଅନୁଷ୍ଠାନର ଏହି ପ୍ରୟାସକୁ ସ୍ୱାଗତ କରାଯାଇଛି ।