୨୪ ତମ ମା ଅଁଳାଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨ ୟ ଦିବସ: ଦେଉଳଟାଙ୍ଗି ଓ ପାନବରଜ ସେମି କୁ ଉନ୍ନୀତ 

ଖୋର୍ଦ୍ଧା, ୨୩/୦୨/୨୦୨୪ (ଓଡ଼ିଶା ସମାଚାର)-  ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଞ୍ଚାୟତ ଅନ୍ତର୍ଗତ ଉଇଲକିଶନ ନଗର ଗ୍ରାମରେ ୨୪ ତମ ମା ଅଁଳାଇ କର୍କ ବଲ କ୍ରିକେଟ ତୁର୍ଣ୍ଣାମେଣ୍ଟ ଆଜି ୨ ୟ ଦିବସ ଖେଳ ହୋଇଯାଇଛି। ଆଜି ୨ ୟ ଦିନରେ ୪ ଟି ଦଳ କୁ ନେଇ ଦୁଇଟି ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ଏହି ମ୍ୟାଚ ରେ ପ୍ରଥମେ ଆୟୋଜକ ନୂଆଗାଁ ଓ ଦେଉଳଟାଙ୍ଗି ମଧ୍ୟରେ ହୋଇଥିଲା।ପ୍ରଥମେ ଦେଉଳଟାଙ୍ଗି ବ୍ୟାଟିଂ କରି ୧୫ ଓଭର ରେ ୭ ଉଇକେଟ ବିନିମୟରେ ୨୧୮ ରନ ସଂଗ୍ରହ କରିଥିଲା ।ଦେଉଳଟାଙ୍ଗି ଦଳ ପକ୍ଷରୁ ଗଙ୍ଗାଧର ବେହେରା ୩୦ ବଲରୁ ୭୩ ରନ ସଂଗ୍ରହ କରିଥିଲେ ଏବଂ ନୂଆଗାଁ ଦଳ ପକ୍ଷରୁ ଚନ୍ଦ୍ରକାନ୍ତ ବିଶ୍ୱାଳ ୩ ଓଭର ବୋଲିଂ କରି ୨୭ ରନ ଦେଇ ୩ ଉଇକେଟ ପାଇଥିଲେ । ଜବାବରେ ନୂଆଗାଁ ଦଳ ୨୧୯ ରନର ବିଜୟ ଲକ୍ଷ କୁ ନେଇ ୧୫ ଓଭର ରେ ୯ ଉଇକେଟ ହରାଇ ୧୨୨ ରନ ହାସଲ କରିନେଇଥିଲେ ।ନୂଆଗାଁ ପକ୍ଷରୁ ଅଧିନାୟକ ସାଗର ବଳିୟାରସିଂହ ୩୧ ରନ କରିଥିଲେ। ଦେଉଳଟାଙ୍ଗୀ ପକ୍ଷରୁ ମନୋରଞ୍ଜନ ୩ ଓଭର ବୋଲିଂ କରି ୧୨ ରନ ବ୍ୟୟ କରି ୪ ଟି ସଫଳତା ପାଇଥିଲେ ଫଳରେ ଦେଉଳଟାଙ୍ଗି ଦଳ ବିଜୟୀ ହୋଇ ସେମି ଫାଇନାଲ କୁ ଉନ୍ନୀତ ହୋଇଥିଲେ।।ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁଜଙ୍ଗ ଓ ପାନବରଜ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଗୁରୁଜଙ୍ଗ ଦଳ ପ୍ରଥମେ ବ୍ୟାଟିଂ କରି ୧୫ ଓଭର ରେ ସମସ୍ତ ଉଇକେଟ ହରାଇ ୧୧୦ ରନ କରିଥିଲେ।ଜବାବରେ ପାନବରଜ ଦଳ ୧୩ ଓଭର ଖେଳି ୪ ଉଇକେଟ ହରାଇ ଆବଶ୍ୟକ ରନ କରି ବିଜୟୀ ହୋଇ ସେମିକୁ ଉନ୍ନୀତ ହୋଇଥିଲେ।ପାନବରଜ ଦଳର ସୌମେନ୍ଦ୍ର ଓ ଦେଉଳଟାଙ୍ଗି ର ଗଙ୍ଗାଧର ବେହେରାଙ୍କୁ ଶ୍ରେଷ୍ଟ ଖେଳାଳି ରୂପେ ଟ୍ରଫି ଦିଆଯାଇଥିଲା।ଆଜିର ଏହି କାର୍ଯ୍ୟକ୍ରମରେ ଓଡିଶା ମୋ ପରିବାର ଏବଂ ରାଜ୍ୟ ପର୍ଯ୍ୟଟନ ବିଭାଗର ଉପଦେଷ୍ଟା ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ସାମନ୍ତରାୟ,ଖୋର୍ଦ୍ଧା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା, ପୂର୍ବତନ ନାଏବ ସରପଞ୍ଚ ଆକାଶ କୁମାର ବିଶ୍ଵାଳ,,ପ୍ରମୁଖ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ।ସେହିପରି ଭାଷ୍ୟକାର ଭାବେ କୃଷ୍ଣଚନ୍ଦ୍ର ସାହୁ ଓ ଆଜିର ଖେଳ କୁ ଅସିତ ଶତପଥି, ଏବଂ ପ୍ରକାଶ ସାହୁ ପରିଚାଳନା କରି ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ କୁ ମିହିର ପ୍ରଧାନ,ସଞ୍ଜୀବ ବିଶ୍ୱାଳ,ଆଶ୍ରୀବାଦ ସାହୁ,ସାଗର ବଳିୟାରସିଂ, ରଶ୍ମିରଞ୍ଜନ ସାହୁ,ସୂର୍ଯ୍ୟକାନ୍ତ ସାମନ୍ତରାୟ, ଆଲୋକ ପ୍ରଧାନ, କବି ପ୍ରଧାନ, ଧର୍ମେନ୍ଦ୍ର ବିଶ୍ଵାଳ, ସୁମିତ ବିଶ୍ଵାଳ, ବବୁଲ ପ୍ରଧାନ,ଜନାର୍ଦ୍ଦନ ବିଶ୍ୱାଳ ଆଦିତ୍ୟ ବିଶ୍ଵାଲ ,ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *