ଫେସ୍ ବୁକ୍ ଆଇଡି କୁ ଅପବ୍ୟବହାର , ଅଭିଯୋଗ ଆଣିଲେ ସାମଜିକ କର୍ମୀ ଅଶୋକ ବେହେରା ।

ଯାଜପୁର, ୨୧/୦୪/୨୦୨୪ (ଓଡ଼ିଶା ସମାଚାର)- ଫେସ୍ ବୁକ୍ ଆଇଡି କୁ ଅପବ୍ୟବହାର କରି , ତାଙ୍କ ଫଟୋ କୁ ଆଟାଚ କରି କେହି ଜଣେ ବରୀ ର ଯୁବ ସମାଜସେବୀ ଅଶୋକ କୁମାର ବେହେରା ଙ୍କୁ ହଇରାଣ କରୁଥିବା ଅଶୋକ ସାମାଜିକ ଗଣମାଧ୍ୟମରେ ଜଣାଇଛନ୍ତି ।
ଗୋଲା ସମାଜ ନାମରେ ହୋଇଥିବା ଏହି ଆଇଡି କୁଆଡେ ଜଣେ ମହିଳା ଙ୍କୁ ଅସମ୍ମାନିତ କରୁଥିବା ଜାଣିବାକୁ ମିଳିଛି , ଯାହାକି ଅଶୋକ ଏହି ଖବର ପାଇବା ପରେ ଅଶୋକ ଙ୍କୁ ଦୁଃଖ ଦେଇଛି । ସମାଜ ପାଇଁ ଓ ବରୀ ର ଉନ୍ନତି ତାଙ୍କର ମୂଳ ଲକ୍ଷ ସେ ସଦାସର୍ବଦା ସମାଜ ପାଇଁ କାମ କରିବା କୁ ଶପଥ ନେଇଛନ୍ତି । ମହିଳା ଓ ଗୁରୁଜନ ମାନଙ୍କୁ ସେ ସର୍ବଦା ସମ୍ମାନ ଦିଅନ୍ତି । ଏପରି ଗୁଜବ ଠାରୁ ଦୂରରେ ରହିବାକୁ ଅଶୋକ ସମସ୍ତ ସାମାଜିକ ଗଣମାଧ୍ୟମର ବନ୍ଧୁ ,ବରୀ ବାସୀଙ୍କୁ ନିବେଦନ କରିଛନ୍ତି। ଏନେଇ ସେ ଆଇନର ଆଶ୍ରୟ ନେବେ ବୋଲି ଓଡ଼ିଶା ସମାଚାର କୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *