ପ୍ରକୃତି ଶିବିର ପଞ୍ଚ ଲିଙ୍ଗେଶ୍ୱର ରେ ଅନୁଷ୍ଠିତ ।

ଯାଜପୁର ,୧୯/୦୨/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର):- ଜାତୀୟ  ସବୁଜ ବାହିନୀ, ଜିଲ୍ଲା କାର୍ଯ୍ୟକାରିଣୀ ମୂଲ୍ୟାୟନ କମିଟି ଆନୁକୂଲ୍ୟରେ ଓ ପରିବେଶ ଶିକ୍ଷା କେନ୍ଦ୍ର ସହାୟତାରେ ଏକ ଦିବସୀୟ ପ୍ରକୃତି ଶିବିର ପଞ୍ଚ ଲିଙ୍ଗେଶ୍ୱର ଠାରେ  ଅନୁଷ୍ଠିତ ହୋଇଯାଇଛି ।

 ଜାତୀୟ ସବୁଜ ବାହିନୀର, ଜିଲ୍ଲା କାର୍ଯ୍ୟ କାରିଣୀ ମୂଲ୍ୟାୟନ କମିଟିର ଆବାହକଙ୍କ ନେତୃତ୍ୱତେ ୫୦ ଜଣ ଇକୋ କ୍ଲଵ ଛାତ୍ରଛାତ୍ରୀ ଯୋଗ ଦେଇ ବ୍ୟାନର, ପ୍ଲାକାଡ ସହିତ ବିଭିନ୍ନ ସ୍ଲୋଗାନ ଦେଇ ପ୍ଲାଷ୍ଟିକ ଅଳିଆ ବିରୁଦ୍ଧରେ ପରିବେଶ  ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିଥିଲେ । ପ୍ରକୃତି ଓ ପରିବେଶର ଗୁରୁତ୍ୱ ଉପଲବ୍ଧି କରିଥିଲେ ଓ ପ୍ରକୃତିର ମନୋରମ ପରିବେଷ ଉପଭୋଗ ମଧ୍ୟ କରିଥିଲେ ସୁନ୍ଦର ପରିବେଶ ପାଇଁ ବିଭିନ୍ନ ଵୃକ୍ଷ ଲତା ର ଗୁରୁତ୍ୱ ଅନୁଭବ କରିଥିଲେ ଓ ଵୃକ୍ଷ ଲତା ଚିହିଁ ଥିଲେ । ସେଠାରେ ତର୍କ, ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା , କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା ।

Leave a Reply

Your email address will not be published. Required fields are marked *