ଏକାଠି ହେଲେ  ୧୯୯୭ ବ୍ୟାଚ ମାଚ୍ରିକ ଛାତ୍ରଛାତ୍ରୀ

 ନିରାକାର ପୁର, ୧୯/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋରଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ଏକାଡେମୀ ର ୧୯୯୭ ମସିହା ବ୍ୟାଚ ମାଟ୍ରିକ ଛାତ୍ରଛାତ୍ରୀଙ୍କର ବନ୍ଧୁ ମିଳନ  ସ୍ଥାନୀୟ ତୋଟାଭଗବତୀଙ୍କ ପୀଠ ରେ ଆୟୋଜିତ ହୋଇଯାଇଛି ।  ସମର୍ପଣ ଭାବନା ରଖି କର୍ମକ୍ଷେତ୍ରରେ କାର୍ଯ୍ୟକରିବା ସହିତ ସେବା ମନୋଭ।ବ ରଖି  ବନ୍ଧୁର ଅସୁବିଧା  ସମୟରେ ସମସ୍ତେ ଛିଡ଼ା ହେବାକୁ ଆହ୍ବାନ ଦିଆଯାଇଥିଲା।

 ଅନୁଭୂତି କଥନରେ ପିଲାଦିନର ସ୍ମୃତିକୁ ମନେପକାଇଥିଲେ ଛାତ୍ରଛାତ୍ରୀମାନେ । ଛାତ୍ରଛାତ୍ରୀମାନେ ଏକାଠି ହୋଇ ବନ୍ଧୁ ମିଳନ  କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ବେଶ ଊତ୍ସାହିତ ଥିବାର ଜଣାପଡୁଥିଲା ।ପ୍ରତ୍ୟେକ ବର୍ଷ ଏହିପରି କାର୍ଯ୍ୟକ୍ରମ ସହିତ ବିଭିନ୍ନ ସାମାଜିକ ଉନ୍ନତିମୂଳକ କାର୍ଯ୍ୟକରାଯିବାପାଇଁ ଲକ୍ଷ୍ୟ ରଖାଯାଇଛି । ଶେଷରେ ଛାତ୍ରଛାତ୍ରୀ ମାନେ ନୈଷ୍ୟ ଭୋଜିରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ଆଲୋକ ରଞ୍ଜନ ଛୋଟରାୟ, ଆରତ ରାଉତରାୟ, ହିମାଂଶୁ ସାହୁ, ଦାମଦେବ ବେହେରା, ମଣୀ ବେହେରା ଓ ବିଷ୍ଣୁ ପ୍ରିୟା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *