କଟକ ସଦର,୨୬/୧୧/୨୦୨୬(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କଟକ ପାରାଦୀପ ରାସ୍ତାର କମରପଦା ବଜାର ଠାରେ ଆଜି ଗୁରୁବାର ସଂଧ୍ୟାରେ ୭୭ ତମ ସମ୍ଵିଧାନ ଦିବସ ପାଳନ ଅବସରରେ ସିପିଆଇ(ଭାରତୀୟ କମ୍ୟୁନିଷ୍ଟ ପାର୍ଟି) ବିରିଡ଼ି ଆଞ୍ଚଳିକ କମିଟି ପକ୍ଷରୁ ଧର୍ମନିରପେକ୍ଷ ଓ ସମାଜବାଦ ରକ୍ଷା ପାଇଁ ସମ୍ଵିଧାନ ବଞ୍ଚାଅ ଦିବସ ପାଳନ କରାଯାଇଛି।
ଏଥିରେ କମ୍ରେଡ ନାରାୟଣ ଭୋଳ,ଵିନୋଦ ବେହେରା, ଗୌରାଙ୍ଗ ବୋଷ, ନାରାୟଣ ଭୋଇ, ସଂଜୟ ସିଂ, ସୁରେନ୍ଦ୍ର ଭୋଇ, ରବିନ୍ଦ୍ର ପ୍ରଧାନ, ଦାମୋଦର ବେହେରା,ମାନସ ପୃଷ୍ଟି, ଦେବେନ୍ଦ୍ର ଖଟୁଆ, ନରେନ୍ଦ୍ର ବେହେରା ପ୍ରମୁଖ ବହୁ କମ୍ୟୁନିଷ୍ଟ ନେତା ଯୋଗ ଦେଇ ସମ୍ଵିଧାନର ଆବଶ୍ୟକତା ଓ ଏହାକୁ ବଞ୍ଚାଇ ରଖିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଶେଷରେ ସ୍ଥାନୀୟ ନେତା ବଳରାମ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।
