ଭବାନୀପାଟଣା, ୦୨/୦୬/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ):୧୯୬୨ ଭାରତ-ଚୀନ୍ ଯୁଦ୍ଧରେ ସହୀଦ ହୋଇଥିବା ୧୧୪ ଅହୀର ଯବାନଙ୍କ ବୀରତ୍ୱର ଗାଥା ଜନମାନସରେ ଉପସ୍ଥାପିତ କରିବା ପାଇଁ ଆରମ୍ଭ ହୋଇଛି ରେଜାଙ୍ଗଲା ସହୀଦ ମାଟି କଲସ ଯାତ୍ରା। ଅଖିଳ ଭାରତବର୍ଷିୟ ଯାଦବ ମହାସଭା ପକ୍ଷରୁ ଆୟୋଜିତ ଉକ୍ତ କଳସ ଯାତ୍ରା ଗତ ମାସ ୧୩ରୁ ବିହାରର ଚୋପ୍ରାରୁ ଆରମ୍ଭ ହୋଇ ବିଭିନ୍ନ ରାଜ୍ୟ ଦେଇ ଓଡ଼ିଶାର ନୂଆପଡ଼ାରେ ଗତ ୩୦ ତାରିଖ ଦିନ ପ୍ରବେଶ କରିଥିଲା।
ସେଠାରୁ ବଲାଙ୍ଗୀର ଦେଇ ରବିବାର କଳାହାଣ୍ଡି ଜିଲ୍ଲା ପରିକ୍ରମା କରିଛି ପବିତ୍ର କଳସ। ଲୁଥୁରବନ୍ଧ ଠାରେ ବଲାଙ୍ଗୀର ଜିଲ୍ଲା ଯାଦବ ମହାସଭା ସଭାପତି ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀଙ୍କୁ ସହୀଦ ମାଟି କଳସ ହସ୍ତାନ୍ତର କରିଥିଲେ। ରେଜେଙ୍ଗଲାର ପବିତ୍ର ମାଟିକୁ ବହନ କରିଥିବା ଏହି କଳସ ଯାତ୍ରା କଳାହାଣ୍ଡିରେ କେସିଙ୍ଗା ଠାରୁ ଆରମ୍ଭ ହୋଇ କୋକସରା ଠାରେ ସମାପ୍ତ ହୋଇଥିଲା। କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ ଓ ଉତ୍କଳ ଯାଦବ ମହାସଭାର ସମ୍ପାଦକ ଗୋବିନ୍ଦ ବନଛୋରଙ୍କ ନେତୃତ୍ୱରେ ଆୟୋଜିତ ରେଜାଙ୍ଗଲା ମାଟି କଲସ ଯାତ୍ରା କେସିଙ୍ଗା ଅମ୍ବାଜୀ ମନ୍ଦିରରୁ ଆରମ୍ଭ ହୋଇ ନଗର ପରିକ୍ରମା ପୂର୍ବକ ବୋରିଙ୍ଗପଦର ଛକରେ ପହଞ୍ଚିଥିଲା।
ସେଠାରେ ଆୟୋଜିତ ସଭାରେ ରାଷ୍ଟ୍ରିୟ ସଂଯୋଜକ କିରଣ ଯାଦବ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ, ଉତ୍କଳ ଯାଦବ ମହାସଭାର ସମ୍ପାଦକ ତ୍ରିଲୋଚନ ନାଗ, ରାଜ୍ୟ ଯୁବ ସଭାପତି ଅମର କୁମାର ନାଏକ, କେସିଙ୍ଗା ବ୍ଲକ ଯାଦବ ସମିତି ସଭାପତି ପାନ୍ନାଲାଲ ବେମାଲ, ଭବାନୀପାଟଣା ପୌର ପାଳିକାର ପୂର୍ବତନ ଅଧ୍ୟକ୍ଷା ସଞ୍ଜୁକ୍ତା ବେହେରାଙ୍କ ସମେତ ଅନେକ ଯାଦବ କର୍ମକର୍ତ୍ତା ଉପସ୍ଥିତ ଥିଲେ। କେସିଙ୍ଗାରୁ ଏହି ଯାତ୍ରା ଉତ୍କେଲା, ଭବାନୀପାଟଣା, କୁଟ୍ରୁଖମାର, ଜୁନାଗଡ଼, ଧର୍ମଗଡ଼, କୋକସରା ଦେଇ ନବରଙ୍ଗପୁର ଜିଲ୍ଳାରେ ପ୍ରବେଶ କରିଥିଲା।
ରାଜପଥର ବିଭିନ୍ନ ସ୍ଥାନରେ ଏହି ପବିତ୍ର କଳସକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏଥିରେ ପୂର୍ବତନ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶିବ ହାତୀ ଯାଦବ, ପୂର୍ବତନ ଜିଲ୍ଲା ସଭାପତି ଡମ୍ବରୁଧର ଲହଜଲ, ଲାଞ୍ଜିଗଡ଼ ବ୍ଳକ ଯାଦବ ସମିତି ସଭାପତି ରଘୁବୀର ନାଗ, ନର୍ଲା ବ୍ଲକ ଯାଦବ ସମିତି ସଭାପତି ଯୁଧିଷ୍ଠିର ଗଉଡ, ଭବାନୀପାଟଣା ବ୍ଲକ ଯାଦବ ମହାସଭା ସଭାପତି ଲିଙ୍ଗରାଜ ଗହୀର, ଜୁନାଗଡ଼ ବ୍ଲକ ଯାଦବ ସମିତି ସଭାପତି ପ୍ରେମାନନ୍ଦ ଘି, ସମାଜବାଦୀ ପାର୍ଟି କଳାହାଣ୍ଡି ଜିଲ୍ଲା ସଭାପତି ଜଗଦୀଶ ଯାଦବ, ଧର୍ମଗଡ଼ ବ୍ଲକ ଯାଦବ ସମିତି ସଭାପତି ଶଙ୍କର ପ୍ରସାଦ ଯୁଏଡ, କୋକସରା ବ୍ଲକ ଯାଦବ ସମିତି ସଭାପତି ବିନୋଦ ରାଉତ, ଜିଲ୍ଲା ଯୁବ ଯାଦବ ମହାସଭା ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା ଓ ଉପସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, କଳାହାଣ୍ଡି ଜିଲ୍ଲା ମହିଳା ଶାଖା ସଭାନେତ୍ରୀ ରଶ୍ମୀରେଖା ରାଉତ, ଲାଞ୍ଜିଗଡ଼ ବ୍ଳକ ଯୁବ ଯାଦବ ସଭାପତି ଡିଲେଶ କୁମାର ନାଗ, ଧର୍ମଗଡ଼ ବ୍ଲକ ଯୁବ ଯାଦବ ସଭାପତି ଲବଣୀ ରାଉତ, କେସିଙ୍ଗା ବ୍ଲକ ଯୁବ ଯାଦବ ସଭାପତି ଅଶୋକ ପୋଢ, ଭବାନୀପାଟଣା ସହର ଯାଦବ ମହାସଭା ସଭାପତି ରବୀନ୍ଦ୍ର ଲାଲ ଯାଦବ, ଆଇନଜୀବୀ କିର୍ତ୍ତନ ନାଏକ, ଧର୍ମଗଡ଼ ଏନଏସି ଯାଦବ ସମିତି ସଭାପତି ଅନିରୁଦ୍ଧ ଲହଜଲ, ନାରୀନେତ୍ରୀ କମଳିନୀ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।
ଏଠାରେ ପ୍ରକାଶଯୋଗ୍ୟ ଯେ, ୧୯୬୨ ମସିହା ନଭେମ୍ବର ୧୮ରେ ଲଦାଖର ରେଜାଙ୍ଗଲାରେ ହୋଇଥିବା ଭାରତ-ଚୀନ୍ ଲଢେଇରେ ୧୨୦ ଅହୀର (ଯାଦବ) ବୀର ଯବାନ ଚୀନର ପ୍ରାୟ ୩ହଜାର ସୈନିକଙ୍କୁ ମାରିଥିଲେ। ୧୨୦ରୁ ୧୧୪ ଅହୀର ଯବାନ ଦେଶ ପାଇଁ ସହୀଦ ହୋଇଯାଇଥିଲେ ଏବଂ ୬ ଜଣ ଗୁରୁତର ଆହତ ହୋଇଥିଲେ। ସେହି ପବିତ୍ର ସହୀଦ ମାଟି କଲସ ବିହାରର ଛପ୍ରାରୁ ବାହାରି ଥିବାବେଳେ ସମଗ୍ର ଭାରତ ପରିକ୍ରମା କରି ନଭେମ୍ବର ୧୮ରେ ନୂଆଦିଲ୍ଲୀରେ ପହଞ୍ଚିବ। ସେନାରେ ଅହୀର ରେଜିମେଣ୍ଟ ଗଠନ ନେଇ ସେଠାରେ ଅଖିଳ ଭାରତବର୍ଷିୟ ଯାଦବ ମହାସଭା ପକ୍ଷରୁ ଦାବି ଉପସ୍ଥାପନ କରାଯିବ।
