କେନ୍ଦ୍ରାପଡାରେ ଦିବାରାତ୍ର ଫୁଟବଲ୍ ଟୁର୍ଣ୍ଣାମେଂଟ୍ ଉଦଘାଟିତ

ପ୍ରଥମ କ୍ୱାଟର ଫାଇନାଲରେ କେନ୍ଦ୍ରାପଡାର ଚାନ୍ଦ କ୍ଲବ ଏଫ୍.ସି. ଧାନବାଦକୁ ୮- ୦ଗୋଲରେ ହରାଇଲା

କେନ୍ଦ୍ରାପଡ଼ା,୧୫/୦୨/୨୦୨୪ (ଓଡ଼ିଶା ସମାଚାର)- ଫକିରାବାଦ୍ ର ଆଜାଦ କ୍ଲବ ଆନୁକୂଲ୍ୟରେ ଆଜି ଅପରାହ୍ନରେ କେନ୍ଦ୍ରାପଡା ହାଇସ୍କୁଲ ଖେଳପଡିଆରେ ଏକ ସର୍ବଭାରତୀୟ ସ୍ତରୀୟ ୪ଦିନିଆ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆଜାଦ୍ କ୍ଲବର ସଭାପତି ହିବଜୁର ରହେମାନ୍ ଙ୍କ ସଭାପତିତ୍ୱରେ  ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନଗରପାଳ ସରିତା ସାହୁ, ମୁଖ୍ୟବକ୍ତା ଭାବେ ପୂର୍ବତନ ନଗରପାଳ ରୋସ୍ନôା ସାହୁ, ସ୍ୱତନ୍ତ୍ର ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ଶିଳ୍ପପତି ଅମୀୟକାନ୍ତ ଦାସ ଓ ସମ୍ମାନୀତ ଅତିଥି ଭାବରେ ପୂର୍ବତନ କାଉନସିଲର ସୌମେନ୍ଦ୍ର ପୃଷ୍ଟି ଓ ପ୍ରଶାନ୍ତ କୁମାର ସିଂ ପ୍ରମୁଖ ଯୋଗଦେଇ ଟୁର୍ଣ୍ଣାମେଂଟର ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚକୁ ଉଦଘାଟନ କରି କେନ୍ଦ୍ରାପଡାରେ ଏଭଳି ଟୁର୍ଣ୍ଣାମେଂଟର ଆୟୋଜନ ଦ୍ୱାରା ଆମର ଖେଳାଳୀମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜ୍ଜନ କରି କେନ୍ଦ୍ରାପଡାକୁ ଗୌରବାନ୍ୱିତ କରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଂଟ୍ ର ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚରେ କେନ୍ଦ୍ରାପଡାର ଚାନ୍ଦ କ୍ଲବ ଏଫ୍ . ସି. ଧାନବାଦ୍, ଝାଡଖଣ୍ଡକୁ ୮-୦ ଗୋଲରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ଏହି କାର୍ଯ୍ୟକ୍ରମକୁ ଉପସଭାପତି ମୀର ବକାଉଲ୍ଲା, ସଂପାଦକ ସେକ୍ ଲିଆକତ ଅଲ୍ଲୀ(ନସରୁ), ସୟଦ ଅବଦୁଲ ସତାର, ମହମ୍ମଦ ଆମୀର, ସହ ସମ୍ପାଦକ ମିର ଖୁବେର, ସେକ୍ ସଫାତୁଲ୍ଲା, ଅକିଲ ଅହେମଦ୍, କୋଷାଧ୍ୟକ୍ଷ ସେକ ଅମିର ଅହେମଦ୍, ଉପଦେଷ୍ଟା କେନ୍ଦ୍ରାପଡା ପୌର ପରିଷଦର ସମସ୍ତ କାଉନସିଲରବୃନ୍ଦ, ସୟେଦ ଅହେସାନ ଅଲ୍ଲୀ, ସୟଦ ଅକମଲ ଅଲ୍ଲୀ, ସେକ ସିରହାନ ଅଲ୍ଲୀ, କଲିମ ଖାନ, ଆୟାଜ ମହମ୍ମଦ୍, ଅବଦୁଲ ମାଲିକ, ଓସିଉଲା ଖାଁ, ଭାବଗ୍ରାହୀ ସିଂହ, ସେକ ଅହେମଦ୍, ମିର ୟାସିର, ସେକ ଅଖତର, ମହମ୍ମଦ ଜାକିର, ମିର ମନଜର ଅଲି, ମିର ଅବୁସମା, ବାସା ଖାଁ, ଟିକା ଖାଁ, ମିର ଫାରୁକ, ଜାହିଦ ଖାଁ, ମହମ୍ମଦ ଅଜହର ଅଲି, ସେକ ତନଜା, ନୁରୁଲ ହକ୍, ତାଜୁଦିନ ଖାଁ, ପ୍ରଦିପ କୁମାର ବେହେରା, ମିର ଆରିଫ୍, ଯୁବ ଗୋଷ୍ଠିର କାର୍ଯ୍ୟକର୍ତା ଅବଦୁଲ ମଜିଦ୍, ନଫିସ ଅହେମଦ୍, ସେକ ସକାବତ୍, ଅଜହର ଉଦିନ ଖାଁ, ସେକ ସଗିର, ନୁର ଖାଁ, ବାବା ଖାଁ, ପରୱେଜ ଅଖତର, ଫୁରକାନ୍ ଖାଁ, ମହମ୍ମଦ ନାଜିର, ସେକ ଚାନ୍ଦ, ବାସୁ ଖାଁ, ସେକ ଫରହାନ ଅଲି, ଖାଜା ରମଜାନ୍ି, ସେକ ଅବୁଜଲାଲ୍, ସାଜେଦୁର ରହେମାନ୍, ସେକ ଆବାସ, ହପିଜୁର ରହେମାନ, ରାକେଶ ମହାପାତ୍ର, ଅଦିବ ଖାଁ, ଆସିଫ ଖାଁ, ମିର ଆରିଫ୍, ସେକ ମହେବୁବ୍, ନଇମ ଖାଁ, ରାଜୁ ଖାଁ, ସେକ ଅଦିଲ, ଇକବାଲ, ସେକ ମୁସ୍ତାକ, ମିର ଇଦ୍ରିସ, ସେକ କାମିଲ, ମତଲୁବ, ରବୀନ୍ଦ୍ର ବେହେରା, ନୁରାନି ଖାଁ ପ୍ରମୁଖ  ପରିଚାଳନାରେ ସହଯୋଗ କରିଥିଲେ । ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାଟର ଫାଇନାଲ  ମ୍ୟାଚ୍ କେନ୍ଦ୍ରାପଡାର ସୁରଜ କ୍ଲବ ଓ କଟକର ଜି.ଏସ. କମ୍ପାନୀ ମଧ୍ୟରେ ଅନୁଷ୍ଠିତ ହେଉଛି ।

Leave a Reply

Your email address will not be published. Required fields are marked *