ମଦ୍ରାସା ଆରବିୟା ତାଲିମୂଲ ଇସଲାମର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ

କେନ୍ଦ୍ରାପଡ଼ା,୨୦/୧୨/୨୦୨୩(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହରର ବଡହାଟସ୍ଥିତ ମଦ୍ରାସା ଆରବିୟା ତାଲିମୂଲ ଇସଲାମ୍ ର ୨୯ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ତିନିଦିନ ଧରି ଚାଲିଥିବା ଏହି କ୍ରୀଡା ପ୍ରତିଯୋଗିତାରେ ମଦ୍ରାସାର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉଚ୍ଚାଡିଆଁ, ଲମ୍ବଡିଆଁ, ଏକଶହ, ଦୁଇଶହ ଓ ଚାରିଶହ ମିଟର ଦୈାଡ, ଗଣିତ ଦୈାଡ,ଜିଲାପି ଡିଆଁ, ମୁ୍ୟଜିକ ଚେୟାର ପ୍ରଭୃତି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ମଦ୍ରାସାର ଅଧ୍ୟକ୍ଷ ମହମ୍ମଦ ଜାହାଙ୍ଗିରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ପୌରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି, ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ତଥା ବି.ଆର.ସି.ସି. କୁମୁଦିନି ଦେଇ ମୁଖ୍ୟବକ୍ତା, ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ମହମ୍ମଦ ସେକ ଇନାୟତ(ଚନ୍ଦନ) ଓ ମଦ୍ରାସାର ସଭାପତି ମୀର ହସିମୁଲ୍ଲା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ମଦ୍ରାସାର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ସହଯୋଗରେ କୋଚ ସୌକତ ଖାନ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । କେନ୍ଦ୍ରାପଡା ଜିଲାର ୩୨ଟି ମଦ୍ରାସା ମଧ୍ୟରୁ ଏକମାତ୍ର ଏହି ମଦ୍ରାସାଟି ୫-ଟି ରେ ସାମିଲ ହୋଇଥିବାରୁ ମଦ୍ରାସା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଶେଷରେ ଅଧ୍ୟକ୍ଷ ମହମ୍ମଦ ଜାହାଙ୍ଗିର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *