ଦ୍ୱାରଶୁଣି ଘାଟିରେ ଏକ ତେଲ ଟ୍ୟାଙ୍କର ଓ ଟ୍ରକ୍ ମଧ୍ୟରେ ଧକ୍କା, ତେଲ ଟ୍ୟାଙ୍କର ଜଳିଯିବା ସହ ଡ୍ରାଇଭର ଜୀବନ୍ତ ଦଗ୍ଧ

ବାରିପଦା,୦୪/୦୧/୨୦୨ ୪ (ଓଡ଼ିଶା ସମାଚାର)- ୪୯ ନମ୍ୱର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ଏକ ତେଲ ଟ୍ୟାଙ୍କର ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ତେଲ ଟ୍ୟାଙ୍କର ର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଛନ୍ତି।

ସୂଚନା ଅନୁଯାୟୀ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ୱାରଶୁଣି ଘାଟିରେ ଏକ ତେଲ ଟ୍ୟାଙ୍କର-ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଭାରସାମ୍ୟ ହରାଇ ଉଭୟ ଗାଡି ଘାଟି ରାସ୍ତା କଡକୁ ଓଲଟିପଡିଥିଲେ।   ଓଲଟିପଡିବାପରେ ତେଲ ଟ୍ୟାଙ୍କର ଜଳିଯିବା ସହ ଟ୍ୟାଙ୍କର ଡ୍ରାଇଭର ଟ୍ରକ ଭିତରୁ ବାହାରି ନପାରି ଜଳିଯାଇଛନ୍ତି। ତେବେ ଅନ୍ୟ ଏକ ଟ୍ରକ୍ ଡ୍ରାଇଭର ଟ୍ରକ ମଧ୍ୟରେ ଚାପି ହୋଇ ରହିଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ୍ତ କରିଛି।  ବାଙ୍ଗିରିପୋଷି ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *