କ୍ରିକେଟ ଖେଳାଳିଙ୍କ ବିୟୋଗ ରେ ଶୋକ 

କଟକ, ୧୬/୧୦/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )ତିର୍ତ୍ତୋଲ ଅବକାରୀ ବିଭାଗରେ କାର୍ଯ୍ୟ କରୁଥିବା କଟକ ଜିଲ୍ଲା ସଦର ବ୍ଲକ ଶଙ୍ଖତ୍ରାସ ଗ୍ରାମର ପିନାକୀ ରଞ୍ଜର ରାଉତରାୟ (୩୯/ମୁନ୍ନା)ଙ୍କର ପରଲୋକ ହୋଇଯାଇଛି।

ସେ ଗତ କିଛି ଦିନ ହେଲା ଲିଭର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ସେ ସ୍ଥାନୀୟ ଅଞ୍ଚଳରେ ଜଣେ ଜଣାଶୁଣା କ୍ରିକେଟ ଖେଳାଳି ଥିଲେ। ତେଣୁ ତାଙ୍କ ଅକାଳ ବିୟୋଗରେ ତାଙ୍କ ସହଖେଳାଳି  ଏବଂ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଶଙ୍ଖତ୍ରାସର ରକେଟ କ୍ଲବ ଓ ସାଇଁସୋ କ୍ରିକେଟ କ୍ଲବର କର୍ମକର୍ତ୍ତାମାନେ ତାଙ୍କର ସ୍ମୃତିଚାରଣ କରି ଶୋକବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *