ବିଶ୍ୱଜିତ ର ହତ୍ୟାକାରୀ କୁ ଗିରଫ ଦାବିରେ ସାଲେପୁର ଥାନା ସମ୍ମୁଖରେ ପରିବାର ର ଧାରଣା

ସାଲେପୁର, ୨୫/୯/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )- ଶିଶୁଆ ସ୍ଥିତ ଆଇ ଟି ସି ସଂସ୍ଥାର କର୍ମଚାରୀ ବିଶ୍ୱଜିତ ମହାନ୍ତି ଙ୍କ ହତ୍ୟାକାରୀ ମାନଙ୍କୁ ତୁରନ୍ତ ଗିରଫ କରିବା ଓ କାର୍ୟ୍ୟାନୁଷ୍ଠାନ ଦାବି କରି ସାଲେପୁର ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି ପରିବାର ଲୋକେ । ଏହି ଘଟଣାକୁ ୧୩ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ କାର୍ୟ୍ୟାନୁଷ୍ଠାନ ନେଉ ନ ଥିବାଅଭିଯୋଗ କରିଛନ୍ତି ମୃତ ଯୁବକ ର ବାପା, ମା, ଭଉଣୀ ଆଦି ପରିବାର ଲୋକେ । ଏଠାରେ ଉଲ୍ଲେଖନୀୟ ଯେ, କିଶନନଗର ଥାନା ନିଶ୍ଚିନ୍ତକୋଇଲି ବ୍ଲକ ଉତ୍ତର କୂଳ ପଞ୍ଚାୟତ ମୁଗୁରିଆ ଗ୍ରାମର ବିଶ୍ୱଜିତ୍ ମହାନ୍ତି ସାଲେପୁର ଥାନା ଶିଶୁଆ ଆଇଟିସି ସଂସ୍ଥାରେ କାର୍ୟ୍ୟ କରୁଥିଲେ। ଗତ ୧୧ ତାରିଖରୁ ନିଖୋଜହେବାପରେ ବିଶ୍ୱଜିତ ର ମୃତଦେହ ନିଶ୍ଚିନ୍ତକୋଇଲି ଆଠ ନମ୍ବର କେନାଲରୁ ମିଳିଥିଲା। ଘଟଣା କୁ ୧୩ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ କୁ ହତ୍ୟାକାରୀକୁ ଧରିବାରେ ସଫଳତା ମିଳିନାହି ।

Leave a Reply

Your email address will not be published. Required fields are marked *