ରାବଣ ପୋଡି ଓ ଭସାଣୀ ରେ ଜଗତସିଂହପୁର ପୌରାଞ୍ଚଳରେ ଭାରୀ ଯାନ ଚଳାଚଳ ଉପରେ କଟକଣା

ଜଗତସିଂହପୁର,୧୬/୧୦/୨୦୨୬(ଓଡ଼ିଶା ସମାଚାର)- ଦଶହରା ଓ ଦୁର୍ଗାପୂଜା ଅବସରରେ ଜନସାଧାରଣଙ୍କ ସୁରକ୍ଷା ଏବଂ ଟ୍ରାଫିକ୍‌ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଜେ. ସୋନାଲ ମୋଟର ଯାନ ଆକ୍ଟ ୧୯୮୮ ର ଧାରା ୧୧୫ ଓ ୧୧୬ ଅନୁଯାୟୀ ଜଗତସିଂହପୁର ପୌରାଞ୍ଚଳରେ ଭାରୀ ମାଲବାହୀ ଯାନ ଚଳାଚଳ ଉପରେ କଟକଣା ଜାରି କରିଛନ୍ତି।

ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଅନୁଯାୟୀ, ୨୧ ଓ ୨୩ ଅକ୍ଟୋବର ୨୦୨୬ ତାରିଖରେ ଦିନ ୧୨ଟାରୁ ରାତ୍ର ୧୨ଟା ପର୍ଯ୍ୟନ୍ତ ଜଗତସିଂହପୁର ପୌରାଞ୍ଚଳ ମଧ୍ୟରେ ଭାରୀ ମାଲବାହୀ ଯାନ ଚଳାଚଳ ନିଷିଦ୍ଧ କରାଯାଇଛି।

ଏହି କଟକଣାକୁ ପାଳନ କରିବା ସହ ଟ୍ରାଫିକ୍‌ ନିୟମ ମାନିବା ପାଇଁ ପ୍ରଶାସନ ଜନସାଧାରଣଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *