କଟକ ସଦର,୦୭/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକ ମାରୱାଡ଼ି ସମାଜର ୨୦୨୬ ରୁ ୨୦୨୮ ଦୁଇ ବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଞ୍ଜୟ ଶର୍ମା ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ପୱନ କୁମାର ଯାଜୋଡିଆଙ୍କ ଠାରୁ ୧୫ ଶହରୁ ଉର୍ଦ୍ଧ୍ବ ଭୋଟରେ ୨ୟ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି। ମାରୱାଡ଼ି କ୍ଲବ ପରିସରରେ ଅନୁଷ୍ଠିତ ମତଦାନ ପ୍ରକ୍ରିୟାରେ ୮୦୭୯ ଜଣ ଭୋଟରଙ୍କ ମଧ୍ୟରୁ ୩୫୦୧ ଜଣ ନିଜର ମତଦାନ ସାବ୍ୟସ୍ତ କରିଥିଲେ। ଏଥିପାଇଁ ସଞ୍ଜୟ ଶର୍ମା ଙ୍କୂ ମାରୱାଡ଼ି ସମାଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି।
କଟକ ମାରୱାଡ଼ି ସମାଜର ସଭାପତି ହେଲେ ସଞ୍ଜୟ ଶର୍ମା
