ଗରଦପୁର,୦୫/୦୯/୨୦୨୬ (ଓଡ଼ିଶା ସମାଚାର)-ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ କଦମଛନ୍ଦା ମହାମାୟା ମଣ୍ଡପ ଠାରେ ସାର୍ବଜନୀନ ଶାରଦୀୟ ଦୁର୍ଗା ପୂଜା ୨୦୨୬ ଉପଲକ୍ଷେ ପୂଣ୍ୟତୋୟା ପାଇକା ନଦୀ ତଟରେ ମୃତିକା ଉଦ୍ଧାରଣ ଉତ୍ସବ ଆନନ୍ଦ ଉଲ୍ଲାସ ସହିତ ପାଳିତ ହୋଇଯାଇଛି । ବ୍ରାହ୍ମଣ ପଣ୍ଡିତ ଶ୍ରୀ ତରୁଣ କୁମାର ଷଡଙ୍ଗୀ ଓ ଦୁର୍ଗାମାଧବ ଷଡଙ୍ଗୀ ଙ୍କ ପୌରୋହିତ୍ୟରେ କର୍ତା ଭାବେ ଶରତ କୁମାର ସିଂହ ଦୁର୍ଗା ଙ୍କ ପୂଜାର୍ଚ୍ଚନା କଲାପରେ ପବିତ୍ର ପୂଜା ମାଟିକୁ ସଂଗ୍ରହ କରିଥିଲେ ।
ଏଥିରେ ସୂର୍ଯ୍ୟ କୁମାର ସିଂହ ଓ ବିରଂଚି ନାରାୟଣ ସିଂହ ଙ୍କ ତତ୍ୱାବଧାନରେ ରବି ନାରାୟଣ ସିଂହ, ଦେବେନ୍ଦ୍ର କୁମାର ସିଂହ,ଗୌତମ ଚରଣ ଲେଙ୍କା, ବିକାଶ କୁମାର ଷେଣ୍ଢ,ରାନସ କୁମାର ସିଂହ,ଚିନ୍ମୟ କୁମାର ସିଂହ, ରୋହିତ କୁମାର ଲେଙ୍କା, ଜିତେନ୍ଦ୍ର କୁମାର ସାହୁ,ସାଗର ଜେନା, ବିଶୁ ଷେଣ୍ଢ ଓ ବନମାଳୀ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶଙ୍ଖ, ଘଂଟ,ଘଂଟା ଓ ହରିବୋଲ ନାଦ ଓ ବ୍ରାହ୍ମଣ ଙ୍କ ପବିତ୍ର ମନ୍ତ୍ର ଧ୍ୱନି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା ବୋଲି ମହାମାୟା ପରିଷଦର ସଭାପତି ରୁଦ୍ର ସିଂହ ଜଣାଇଛନ୍ତି ।
