ସଚିବାଳୟ ସେବା ସଂଘର କାର୍ଯ୍ୟବନ୍ଦ

ଭୁବନେଶ୍ୱର, ୧୨/୦୨/୨୦୨୪ (ଓଡ଼ିଶା ସମାଚାର)- ଅଦ୍ୟ ତା. ୧୨/୦୨/୨୦୨୪ ରିଖ ସୋମବାର ଦିବା ୧.୩୦ ଘଟିକା ସମୟରେ ଓଡ଼ିଶା ସଚିବାଳୟ ସେବା ସଂଘର ସାଧାରଣ ସଭ୍ୟ ମାନଙ୍କର ଏକ ଜରୁରୀ କାଳୀନ ସାଧାରଣ ବୈଠକ ଲୋକସେବା ଭବନର ପଞ୍ଚାୟତିରାଜ ବିଭାଗ ପଡିଆରେ ଅନୁଷ୍ଠିତ ହୋଇ ଯାଇଅଛି ।

          ସଂଘର ସଦସ୍ୟ ମାନେ ଏକତ୍ରିତ ହୋଇ ସରକାରଙ୍କର ସଂଘର ଦାବିପ୍ରତି ଥିବା ବୈମାତୃକ ଭାବ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ସଂଘ ତରଫରୁ ଦୀର୍ଘ ଦିନ ହେବ ସରକାରଙ୍କୁ ଦିଆ ଯାଇଥିବା ନ୍ୟାଯ୍ୟ ଦାବି ଉପରେ ବାରମ୍ବାର ପ୍ରଶାସନିକ ଓ ରାଜନୈତିକ ସ୍ତରରେ ଆଲୋଚନା ସତ୍ତ୍ଵେ ପ୍ରଶାସନର ଉଦାସୀନତା ହେତୁ କୌଣସି ସୁଫଳ ମିଳୁନାହିଁ । ପ୍ରଶାସନର ଏହି ଉଦାସୀନତା ମନୋଭାବକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ସଂଘର ସାଧାରଣ ସମ୍ପାଦକ ଶ୍ରୀ ପ୍ରଯତ୍ନ ବରାଳ ସ୍ପଷ୍ଟୋକ୍ତି କରିଛନ୍ତି । ଏହାକୁ ସଂଘର ବିଭିନ୍ନ ବର୍ଗରେ ସ୍ଵାଗତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସଂଘର ଉପ ସଭାପତି ଶ୍ରୀ ଅକ୍ଷୟ କୁମାର ପରିଡ଼ା ଓ ଶ୍ରୀ ପ୍ରତ୍ୟୁଷ କୁମାର କଅଁର, ସମ୍ପାଦକ ଶ୍ରୀ ଅମିତ୍ କୁମାର ମହାନ୍ତି, ଶ୍ରୀ ବିବେକାନନ୍ଦ ସାହୁ, ଶ୍ରୀ ଲଲିତ ମୋହନ ଦାସ, ଶ୍ରୀ  ବିଷ୍ଣୁ ଚରଣ ନାଏକ, ଶ୍ରୀ ଚିରଞ୍ଜିବୀ ସ୍ୱାଇଁ ମଧ୍ୟ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

          ଏହି ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ୫ଟି ଅଧ୍ୟକ୍ଷଙ୍କ ହସ୍ତକ୍ଷେପ ନିମନ୍ତେ ଆସନ୍ତାକାଲି ଠାରୁ (୧୩.୦୨.୨୦୨୪) ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ସମ୍ପୂର୍ଣ କାର୍ଯ୍ୟବନ୍ଦକରି ପଞ୍ଚାୟତିରାଜ ବିଭାଗ ପଡିଆରେ ସମ୍ମିଳିତ ହୋଇ ଧାରଣାରେ ବସିବାପାଇଁ ସଂଘର ସାଧାରଣ ବୈଠକରେ ସ୍ଥିରକରାଯାଇଛି ।

          କୌଣସି ଅଧିକ ଆଲୋଚନା ଓ ପର୍ଯ୍ୟାଲୋଚନା ନକରି ସଂଘର ଦାବି ଯଥାଶୀଘ୍ର ପୂରଣ ନିମନ୍ତେ ଶ୍ରୀ ବରାଳ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *