ଜୁନାଗଡ଼ ୦୨/୦୮/୨୦୨୬ (ଓଡ଼ିଶା ସମାଚାର)- ଜୁନାଗଡ଼ ଶିଶୁ ବିଦ୍ୟା ମନ୍ଦିର ଠାରେ ଶନିବାର ଦିନ ବିଦ୍ୟାଳୟର ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ପି.ଏମ୍. ଶ୍ରୀ. ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ନେପାଳ କୁମାର ବାଗ ଯୋଗଦାନ କରିଥିଲେ ।
ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀ ଦୁର୍ଗାପ୍ରସାଦ ନାଏକ, ଉପ ସଭାପତି ଶ୍ରୀ ମହେଶ୍ୱର ରଣା ସଂପାଦକ ଶ୍ରୀ ହେମନ୍ତ କୁମାର ମୁଣ୍ଡ ଓ ଶ୍ରୀ ଶ୍ରବଣ କୁମାର ସାହୁ ଉପସ୍ଥିତ ଥିଲେ। ଶିଶୁ ବାଟିକା ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୬୭୨ ଛାତ୍ରଛାତ୍ରୀ ବିଜ୍ଞାନ, ଗଣିତ,ସଂସ୍କୃତି ଜ୍ଞାନ, ବିଜ୍ଞାନ ପ୍ରକଳ୍ପ,ପତ୍ରବାଚନ, ପ୍ରୟୋଗ, କଥାକଥନ,ମୂର୍ତ୍ତିକଳା, ପ୍ରଶ୍ନ ମଞ୍ଚ, ନିବନ୍ଧ ଲିଖନ ଇତ୍ୟାଦି ରେ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ବିଦ୍ୟାଳୟ ତଥା ସ୍ଥାନୀୟ ବିଦ୍ୟାଳୟର ୨୪ ଜଣ ବିଜ୍ଞାନ ଶିକ୍ଷକ ବିଚାରକ ଭାବେ ଅଂଶ ଗ୍ରହଣ କରିଥିଲେ ।
ସମାରୋପ ଉତ୍ସବରେ ଶ୍ରୀ ହେମନ୍ତ କୁମାର ମୁଣ୍ଡ, ଶ୍ରୀ ଦୁର୍ଗାପ୍ରସାଦ ନାଏକ, ଶ୍ରୀ ସୁଶାନ୍ତ କୁମାର ସାହୁ, ଶ୍ରୀ ମଦେଶ୍ୱର ରଣା ଓ ଶ୍ରୀ ଶ୍ରବଣ କୁମାର ଉପସ୍ଥିତ ଥିଲେ । ପ୍ରତ୍ୟେକ ବିଭାଗର ୧୩୨ ପ୍ରତିଭାଗୀ ପ୍ରଥମ, ଦ୍ୱିତୀୟ, ତୃତୀୟ ଭାବେ ପୁରସ୍କୃତ ହୋଇଥିଲେ ।
ଶିଶୁ ବାଟିକାର ସମସ୍ତ ଶିଶୁଙ୍କୁ ସାନ୍ତ୍ଵନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ପୁରସ୍କାର ବିତରଣ ଉତ୍ସବ ରେ ବିଜ୍ଞାନ ଗୁରୁଜୀ ଶ୍ରୀ ଲଲାଟେନ୍ଦୁ ଘି ବୃତ୍ତ କଥନ, ଶ୍ରୀ ବିରଞ୍ଚି ନାରାୟଣ କୈବର୍ତ୍ତ ଅତିଥି ପରିଚୟ , ଶ୍ରୀ ହେମନ୍ତ ପ୍ରଧାନୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶ୍ରୀ ଉମାକାନ୍ତ ଗୁରୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ । ରାମ କିଶୋର ଜଗରିଆ, ଫଗନୁ ନାଏକ, ଦାମୋଦର ଟୋଳଟିଆ, ବସନ୍ତ ନାଏକ, ସୁଧିର ନେଗୀ, ହରିଶଙ୍କର ପଟ୍ଟନାୟକ, ଦୁଶ୍ମନ୍ତ ଖତିକାର, ସ୍ମିତା ବିଶ୍ୱାଳ, ରେଣୁବାଳା ମିଶ୍ର, ଦିଵ୍ୟାନୀ ଧଙ୍ଗଡାମାଝୀ ତଥା ବିଦ୍ୟାଳୟର ସମସ୍ତ ଗୁରୁଜୀଗୁରୁମାଙ୍କ ଦ୍ଵାରା ବିଜ୍ଞାନ ମେଳାଟି ସାଫଲ୍ୟମଣ୍ଡିତ ହୋଇଥିଲା ।
