ଗରଦପୁର, ୨୧/୦୭/୨୦୨୬ (ଓଡ଼ିଶା ସମାଚାର)- ଗରଦପୁର ବ୍ଳକ ଅଧିନ ବେଡାରୀ ଆର ଆଇ ଅଫିସ କଂକ୍ରିଟ ରାସ୍ତା ପାର୍ଶ୍ୱରୁ ଲଗାଣ ବର୍ଷାରେ ମାଟି ଅତଡ଼ା ଧସିଛି । ମାତ୍ର ଚାରି ମାସ ପୂର୍ବରୁ ତିଆରି ହୋଇଥିବା ଆର ଡି ରାସ୍ତା ପାଖରୁ ଆର ଆଇ ରାସ୍ତା ଦେଇ ବେଡାରୀ ଭାଗବତ ଟୁଙ୍ଗି ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ଟି ନିମ୍ନ ମାନର କାର୍ଯ୍ୟ କାରଣରୁ ଏପରି ହୋଇଥିବାର ଜଣାଯାଇଛି ।
ମାଟି ଧସିଥିବା ଜାଗାଟି ମହୁରୀଆ ଦଣ୍ଡାରେ ଥିବା ଏକ ପୋଖରି ନିକଟରେ । ଅଧିକ ବର୍ଷା ହେଲେ ଅଧିକ ରାସ୍ତା ପାର୍ଶ୍ୱରୁ ମାଟି ଧସି ଯିବାର ଆଶଙ୍କା ରହିଛି । ରାସ୍ତା ନିର୍ମାଣ ପୂର୍ବରୁ ଏହି ଅନାବଶ୍ୟକ ପୋଖରୀଟିକୁ ପୋତିଦେବା ପାଇଁ ସ୍ଥାନୀୟ ଅଂଚଳବାସୀ ଦାବି କରିଥିଲେ । ହେଲେ ଏଥିପ୍ରତି ବିଭାଗୀୟ କର୍ତୃପକ୍ଷ କିମ୍ବା ଠିକାଦାର ଆଗ୍ରହ ପ୍ରକାଶ କଲେନି । ଫଳରେ ରାସ୍ତାର ଶୋଚନୀୟ ଅବସ୍ଥା ହୋଇଗଲା ।
ଏହି ରାସ୍ତାଟି ପଦ୍ମପୁର ଗ୍ରାମ ପଂଚାୟତ ଓÿ ପାଟକୁରା ଗ୍ରାମ ପଂଚୟତ ଜନସାଧାରଣଙ୍କର ବେଡାରୀ ଆର ଆଇ ଅଫିସକୁ ଆସିବାପାଇଁ ମୁଖ୍ୟରାସ୍ତା ଅଟେ ।ଏଣୁ ତୁରନ୍ତ ରାସ୍ତା ପାର୍ଶ୍ୱରେ ଥିବା ପୋଖରୀ ଟିକୁ ପୋତିବାପାଇଁ ବେଡାରୀ ଗ୍ରାମର ପୁର୍ଣଚନ୍ଦ୍ର ଜେନା, ଅରକ୍ଷିତ ବେହେରା, ଧ୍ରୁବଚରଣ ସାହୁ, ଗୋକୁଳାନନ୍ଦ ବେହେରା, ଅକ୍ଷୟ ବେହେରା, ପ୍ରମୋଦ ସାହୁ , କୈଳାସ ବାରିକ, ପ୍ରଦୀପ ବେଉରା, ନିରଞ୍ଜନ ମହାନ୍ତି, ସତ୍ୟାନନ୍ଦ ବାରିକ, ସୁବାସ ବାରିକ, ଦୀପକ ବେହେରା, ପ୍ରଫୁଲ୍ଲ ଦାଶ ପ୍ରମୁଖ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନିକଟରେ ଦାବିକରିଛନ୍ତି ।
