କେନ୍ଦ୍ରାପଡା, ୨୧/୦୭/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ଆଳି ପତ୍ରପୁର ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ଅଛନ୍ତି । ନିଖୋଜ ଯୁବକ ଜଣକ ହେଉଛନ୍ତି ଆଳି ପତ୍ରପୁର ଗାଁର ସୌମ୍ୟରଂଜନ ବେଜ୍। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜା ଖୋଜି କାର୍ୟ୍ୟ ଆରମ୍ଭ କରିଥିଲେ।
ସୌମ୍ୟରଂଜନ ପତ୍ରପୁର ପାଖରେ ଥିବା ଏକ ମଦ ଦୋକାନରେ କାମ କରୁଥିଲେ କ୍ଷ ସୋମବାର ବିଳମ୍ବିତ ରାତିରେ ସୌମ୍ୟରଂଜନ ପତ୍ରପୁର ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁ ପଡ଼ିଥିଲେ। ସେଠାରେ ଥିବା କିଛି ଲୋକେ ସୌମ୍ୟରଂଜନ ନଦୀକୁ ଡେଇଁ ପଡିବା ଦେଖି ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ପଂହଁଚି ବୋଟ ସାହାଯ୍ୟରେ ଖୋଜା ଖୋଜି କରିଥିଲେ ମଧ୍ୟ ନିଖୋଜ ସୌମ୍ୟରଂଜନଙ୍କର ଏଯାଏଁ କୌଣସି ପତ୍ତା ମିଳିନାହିଁ।
ସେ ନଦୀକୁ ଡ଼େଇଁ ଆତ୍ମହତ୍ୟା କରିଥିବା ଲୋକେ କହୁଛନ୍ତି ହେଲେ ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟା ଉଦ୍ୟମ ର କାରଣ ଜଣାପଡ଼ିନାହିଁ ।ଏନେଇ ସୌମ୍ୟରଂଜନ ଙ୍କ ମା’ ଆଳି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।
