ନିମାପଡ଼ା,୧୨/୦୭/୨୦୨୬ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ସ୍ଥାନୀୟ ଅଞ୍ଚଳର ଏକ ଘରୋଇ ମଣ୍ଡପରେ ନିମାପଡ଼ା ପ୍ରେସ କ୍ଲବର ସଭାପତି ଅକ୍ଷୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବାର୍ଷିକ ଆୟବ୍ୟୟର ହିସାବ ପ୍ରଦାନ କରାଯାଇଥିବା ବେଳେ ପରିଚାଳନା କମିଟି, ଉପଦେଷ୍ଟା କମିଟି ଓ ଶୃଙ୍ଖଳା କମିଟି ଗଠନ ହୋଇଛି ।
ପ୍ରେସ କ୍ଲବର କିଛି ସଭ୍ୟ ସଂଘ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ସର୍ବ ସମ୍ମତି କ୍ରମେ ଚିତ୍ତରଞ୍ଜନ ମହାନ୍ତି (ବୁଢ଼ା), ଅଶୋକ ବେହେରା, ଶାନ୍ତନୁ ମହାନ୍ତି, ନିବେଦିତା ମିଶ୍ର, ରଞ୍ଜନ ଦାସ, ବିବେକାନନ୍ଦ ସେଠି, ସୁକାନ୍ତ କର ଆଦି ୯ ଜଣ ସଭ୍ୟଙ୍କୁ ପ୍ରେସ କ୍ଲବରୁ ବହିସ୍କାର କରାଯାଇଛି। ପରିଚାଳନା କମିଟିରେ ସଭାପତିଙ୍କ ସମେତ ୧୨ ଜଣ ଥିବା ବେଳେ ବିଚିତ୍ରାନନ୍ଦ ସାହୁଙ୍କ ସମେତ ୫ଜଣ ସଭ୍ୟଙ୍କୁ ନେଇ ଶୃଙ୍ଖଳା କମିଟି ଗଠନ କରାଯାଇଛି।ଯୁବ ସମାଜସେବୀ କ୍ଷତିଶ ପ୍ରସାଦ ମହାନ୍ତି ଓ ସତ୍ୟେନ୍ଦ୍ର ମୋହନ ମହାନ୍ତିଙ୍କ ସମେତ ୬ ଜଣଙ୍କୁ ନେଇ ଉପଦେଷ୍ଟା କମିଟି ଗଠନ କରାଯାଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ସଭ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି।
