ଖୋର୍ଦ୍ଧା, ୧୩/୧୧/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) – ଦିପାବଳି କୁ ଆଖିଆଗରେ ରଖି ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବାଣ ବିକ୍ରି କରୁଥିବା ବେଳେ ନିରାକାରପୁର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ନିରାକାରପୁର ଥାନା ଅନ୍ତର୍ଗତ ଡିଆ, ଲେଣ୍ଡୁ ଓ ହରିପୁର ଗ୍ରାମ ରେ ବେଆଇନ ଭାବେ ବାଣ ବିକ୍ରି ଚାଲିଥିବା ଖବର ପାଇ ପୋଲିସ ତିନିଜଣ ବେପାରୀଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କ ଠାରୁ ବିପୁଳ ପରିମାଣର ବାଣ ଜବତ କରିଛି।
ଜବତ ବାଣର ଆନୁଷ୍ଠାନିକ ମ୍ମୁଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହୋଇଥିଵା ବେଳେ ସେମାନଙ୍କ ନାମରେ ୨୯୨ ,୨୯୩,୨୯୪, ପୃଥକ୍ ପୃଥକ୍ ତିନୋଟି କେଶ କରାଯିବା ସହ ସେମାନଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।ଏ ବେଆଇନ ବାଣ ସରଞ୍ଜାମ ରହିଥିବା କିଛି ବାରୁଦ ଓ ତିଆରି ସାମଗ୍ରୀ କେଉଁ ଠାରୁ ଅଣାଯାଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବେଆଇନ ବାଣ ଜବତ ତିନିଜଣ ଗିରଫ
