ଟ୍ରଷ୍ଟ ପକ୍ଷରୁ ବଳଦେବ ହାଇସ୍କୁଲକୁ ଆକୁଆଗାର୍ଡ ପ୍ରଦାନ

କେନ୍ଦ୍ରାପଡ଼ା,୧୩/୦୬/୨୦୨୬ (ଓଡ଼ିଶା ସମାଚାର)- ବା‚ାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବଳଦେବ ହାଇସ୍କୁଲକୁ ଏକ ଆକୁଆଗାର୍ଡ ପ୍ରଦାନ କରାଯାଇଛି । ବିଦ୍ୟାଳୟ ପକ୍ଷରୁ ଏକ ଆକୁଆଗାର୍ଡର ନିତ୍ୟାନ୍ତ ଆବଶ୍ୟକତା ଥିବା ସମ୍ପର୍କରେ ଟ୍ରଷ୍ଟକୁ ଅବଗତ କରାଯାଇଥିଲା । ଏସମ୍ପର୍କରେ ଜାଣିବା ପରେ ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ସୁଦୂର ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ଆକୁଆଗାର୍ଡ ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ ।

ଡ. ଦାସଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟି ଭୁବନମନୋହନ ଦାସ ଟ୍ରଷ୍ଟ ପକ୍ଷରୁ ଏକ ନୂତନ ଆକୁଆଗାର୍ଡ ବଳଦେବ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରୁବିନା ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି । ଆକୁଆଗାର୍ଡ ପ୍ରଦାନ ସମୟରେ ତପନ କୁମାର ଦାସ ଓ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ନୃସିଂହ ତ୍ରିପଠୀ ଉପସ୍ଥିତ ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଟ୍ରଷ୍ଟ ପକ୍ଷରୁ ବନ୍ୟା, ବାତ୍ୟା, ଅଗ୍ନିକାଣ୍ଡ ଭଳି ପ୍ରାକୃରତିକ ବିପର୍ଯ୍ୟୟ ସମୟରେ ସହାୟତା, ଚିକିତ୍ସା ସହାୟତା ଓ ଗରୀବ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ମେଧାବୃତି ପ୍ରଦାନ କରାଯାଇଥାଏ ।

Leave a Reply

Your email address will not be published. Required fields are marked *