କେନ୍ଦ୍ରାପଡା,୦୬/୦୬/୨୦୨୬ (ଓଡିଶା ସମାଚାର )-ନାବାର୍ଡର ସହାୟତା ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେଡାର ପ୍ରତ୍ୟେକ୍ଷ ତତ୍ୱାବଧାନରେ ବିଗତ ୩ ବର୍ଷ ଧରି ଚାଲିଥିବା ସମନ୍ୱିତ କୃଷ ଭିତ୍ତିକ ପ୍ରକଳ୍ପ ଏହା ମଧ୍ୟରେ ସମ୍ପୂର୍ଣ୍ଣ ହେଇପାରିଛି । କେନ୍ଦ୍ରାପଡା ଜିଲ୍ଲାର ଢ଼ୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାଳପାରି ଏବଂ କନ୍ତିଆ ଗ୍ରାମର ୩୧ ଜଣ ସ୍ୱୟଂସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ନେଇ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା ।
ଗ୍ରାମୀଣ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଲକ୍ଷଧାର୍ଯ୍ୟ କରାଯଇଥିଲା । ଏହି କୃଷି ଭିତ୍ତିକ ସମନ୍ୱିତ ପ୍ରକଳ୍ପ ମାଧ୍ୟମରେ ବାବନ ନଡ଼ିଆ ଚାରା ପ୍ରସ୍ତୁତି ଓ ବିଭିନ୍ନ ସ୍ଥାନରେ ନଡ଼ିଆ ଗଛ ଲାଗଯିବା ସମ୍ଭବ ହୋଇପାରିଥିଲା । ମହିଳା ମାନେ ପୋଖରୀରେ ମାଛ ଚାଷ କରି ଭଲ ରୋଜଗାର କରିପାରିଥିଲେ ।
ଏଥିରେ ୩ ଗୋଟି କମ୍ପୋନେଣ୍ଟ ଥିଲା । ପ୍ରଥମତଃ ଏଠି ବାମନ ପ୍ରଜାତିର ନଡ଼ିଆ ଗଛ ଏସ ଏଚ ଜି ମହିଳା ଙ୍କ ବାଡ଼ି ରେ ଥିବା ପୋଖରୀ ହୁଡ଼ାରେ ଲଗାଇଥିଲେ। ଏବଂ ୫ ହଜାର ବାମନ ଚାରା ICAR – CPCRI କର୍ଣାଟକରୁ ଆସି ଥିଲା। ଏ ଚାରା କେବଳ କେନ୍ଦ୍ରପଡ଼ା ଜିଲ୍ଲା ନୁହେଁ ସମଗ୍ର ଓଡ଼ିଶା ପାଇଁ ଏକ ପରିଚୟ ସୃଷ୍ଟି କରି ପାରିଛି ।
ନିଜ ନିଜ ପୋଖରୀରେ ମହିଳା ମାନେ ମାଛ ଚାଷ କରିଥିଲେ। ଏହି ପଦ୍ଧତି ଏକ ଶୀଘ୍ର ରୋଜଗାର ଯୋଜନା ହୋଇ ଥିବାରୁ ଏହି ମାଛ ଚାଷ ରୁ ସେମାନେ ଭଲ ଲାଭ ପାଇଥିଲେ। ନଡ଼ିଆ ଗଛ ସେମାନଙ୍କ ପାଇଁ ଏକ ଦୀର୍ଘ ସୂତ୍ରୀ ଆୟ ର ପନ୍ଥା ବୋଲି ନାବାର୍ଡ ଡି ଡି ଏମ କହିଥିଲେ । ଦୀର୍ଘ କାଳୀନ ଆୟ ର ଏହା ଏକ ସଫଳ ପ୍ରୟାସ ବୋଲି ଅତିଥିମାନେ କହିଥିଲେ ।
ଢୋଲ ପଞ୍ଚାୟତରେ ଆୟୋଜିତ ଗ୍ରାମୀଣ ମହିଳା ମାନଙ୍କ ଏହି ପ୍ରକଳ୍ପ ରେ ନାବାର୍ଡ କେନ୍ଦ୍ରପଡ଼ା ର ଜିଲ୍ଲା ଅଧିକାରୀ ଶ୍ରୀମତୀ ସ୍ମିତା ବଡ଼ଜେନା, କୃଷି ବିଜ୍ଞାନ କେନ୍ଦ୍ର କେନ୍ଦ୍ରପଡ଼ା ର ବୈଜ୍ଞାନିକ ପ୍ରଭଞ୍ଜନ ମିଶ୍ର, ଉଦ୍ୟାନ ବିଭାଗର ବୈଜ୍ଞାନିକ ମାନସ ରଞ୍ଜନ ବେହେରା, ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକ ଦେବଦାସ ଦତ୍ତ,ସେଡ଼ା ର ସାଧାରଣ ସମ୍ପାଦକ ଈଶ୍ୱର ଆଚାର୍ଯ୍ୟ,ସ୍ଥାନୀୟ ସରପଞ୍ଚ ପ୍ରଫୁଲ୍ଲ କୁମାର ମଲ୍ଲିକ, ସାମାଜିକ କର୍ମୀ ଅଖିଳେଶ ମହାନ୍ତି ଏବଂ ସ୍ୱୟଂସହାୟକ ଗୋଷ୍ଠୀର ସମସ୍ତ ୩୧ ଜଣ ମହିଳା ଯୋଗ ଦେଇଥିଲେ। ଏଇ ପ୍ରକଳ୍ପଟି ଗ୍ରାମୀଣ ମହିଳା ମାନଙ୍କ ଆର୍ଥିକ ଉନ୍ନତିରେ ସହାୟକ ହୋଇପାରିଛି । ସେମାନଙ୍କ ପାଇଁ ରୋଜଗାର ମଧ୍ୟମ ହୋଇପାରୁଛି। ଏମାନେ ନିଜ ଶ୍ରମ ଓ ଏକତା ବଳରେ ସ୍ବାବଲମ୍ବୀ ହୋଇପାରିଛନ୍ତି। ଏଥିରେ ରେଖା ରାଣୀ ବିଶ୍ୱାଳ ଏବଂ ଅନ୍ୟ ଅଗ୍ରଣୀ ମହିଳା ସଦସ୍ୟା ମାନେ ଯୋଗ ଦେଇଥିଲେ । ଏହି ପ୍ରକଳ୍ପ ଦ୍ୱାରା ଗ୍ରାମର ଅନ୍ୟ ମହିଳା ମାନେ ଅନୁପ୍ରାଣିତ ହେଇପାରିଛନ୍ତି ବୋଲି ସ୍ଥାନୀୟ ସରପଞ୍ଚ କହିଥିଲେ । ନାବାର୍ଡ ଏଵଂ ସେଡା ର ମିଳିତ ଉଦ୍ୟମ କୁ ବୁଦ୍ଧିଜୀବୀ ମାନେ ବେଶ ପ୍ରଶଂଶା କରିଥିଲେ।
