ଯାଜପୁର, ୦୫/୦୬/୨୦୨୬ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲାରେ ଚଳିତ ବର୍ଷ ମଇ ୩୦ ତାରିଖରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା। ଜିଲ୍ଲାରେ ନିୟୋଜିତ ଥିବା ବ୍ଲକ ସ୍ତରୀୟ ଅଧିକାରୀ (ବିଏଲଓ) ମାନେ ଘରକୁ ଘର ପରିଦର୍ଶନ କରି ମତଦାତାଙ୍କୁ ପରିଗଣନା ଫର୍ମ ବଣ୍ଟନ କରୁଛନ୍ତି। ଜନସାଧାରଣଙ୍କୁ ଫର୍ମ ପୂରଣରେ ବିଏଲଓ ମାନେ ସହଯୋଗ କରୁଛନ୍ତି। ଜିଲ୍ଲାରେ ମୋଟ ୧୫,୩୭,୧୦୧ ଜଣ ଭୋଟର ଅଛନ୍ତି। ଏହି ପରିପ୍ରେକ୍ଷୀରେ ୪ ଜୁନ୍ ୨୦୨୬ ସୁଦ୍ଧା ଯାଜପୁର ଜିଲ୍ଲାରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ମୋଟ ୪,୫୨,୩୬୨ ଟି ପରିଗଣନା ଫର୍ମ ବଣ୍ଟନ କରାଯାଇଛି।
ଏବେ ସୁଦ୍ଧା ୨୯.୪୩ ପ୍ରତିଶତ ମତଦାତାଙ୍କ ଫର୍ମ ପୂରଣ ହୋଇ ଏସଆଇଆର୍ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ବିଞ୍ଝାରପୁରରେ ୯୯୭୧୫, ବରୀରେ ୫୫୭୩୩, ବଡ଼ଚଣାରେ ୭୩୪୨୦, ଧର୍ମଶାଳାରେ ୫୬୦୧୦, ଯାଜପୁରରେ ୯୪୮୦୯, କୋରେଇରେ ୪୬୧୪୨, ସୁକିନ୍ଦାରେ ୨୬୫୩୩ ଟି ଫର୍ମ ବିଏଲଓମାନଙ୍କ ଦ୍ଵାରା ବଣ୍ଟନ କରାଯାଇଛି ବୋଲି ନିର୍ବାଚନ ବିଭାଗ ଡେପୁଟି କଲେକ୍ଟର ଅଶୋକ ଦେହୁରୀ ସୂଚନା ଦେଇଛନ୍ତି। ଜୁନ୍ ୨୮ ଯାଏଁ ଏହି ଫର୍ମ ପୂରଣ ପ୍ରକ୍ରିୟା ଚାଲିବ। ଏହା ପରେ ୫ ଜୁଲାଇ ୨୦୨୬ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ହେବ। ଭୋଟର ତାଲିକାକୁ ନିର୍ଭୁଲ ଏବଂ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ଏହି ଏସଆଇଆର୍ ପ୍ରକ୍ରିୟା ଆରମ୍ଭ ହୋଇଛି।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଙ୍କ ସୌଜନ୍ୟ ରୁ
