ଗଜପତି ଜିଲା ଓ ସେସନ୍ସ କୋର୍ଟକୁ ବୋମା ଧମକ

ଭୁବନେଶ୍ୱର,୧୬/୦୭/୨୦୨୬(ଓଡ଼ିଶା ସମାଚାର)- ରାଜ୍ୟରେ ଏକାଧିକ କୋର୍ଟକୁ ବେମାଧମକ ମିଳିଥିଲା । ଗୁରୁବାର ଗଜପତି ଜିଲ୍ଲାରେ ଏହାର ପୁନରାବୃତି ଘଟିଛି । ପାରଳାଖେମୁଣ୍ଡି ଠାରେ ଥିବା ଜିଲା ଓ ସେସନ୍ସ କୋର୍ଟକୁ ଇମେଲ୍ ଯୋଗେ ବୋମା ଧମକ ମିଳିଛି । ଏହାପରେ ପୁଲିସ, ବୋମା ସ୍କ୍ୱାଡ୍ ପକ୍ଷରୁ କୋର୍ଟ ପରିସରକୁ ତନ୍ନତନ୍ନ କରି ଯାଂଚ କରାଯାଇଛି ।
ସୂଚନାନୁସାରେ, ଗୁରୁବାର ପୂର୍ବାହ୍ଣ ୭ଟା ୫୮ରେ କୋର୍ଟ ରେଜିଷ୍ଟାରଙ୍କ ନିକଟକୁ ଏକ ଇମେଲ୍ ଆସିଥିଲା । ଇମେଲ୍ର ପ୍ରେରକ ନିଜକୁ ଦାଉଦୀ ଶଙ୍କର ଜୀବାଲ୍, ପପୁଲାର ଫ୍ରନ୍ଟ୍ ଅଫ୍ ଇଣ୍ଡିଆ ବୋଲି ଦର୍ଶାଇଛି । ସବ୍ଜେକ୍ଟ ସ୍ଥାନରେ, ‘ଅପରାହ୍ଣ ୨ଟାରେ କୋର୍ଟ/ଜଜ୍ ଚାମ୍ବରରେ ୨୩ଟି ସାୟାଇଣ୍ଡ ଗ୍ୟାସ୍ ବୋମା ଫୁଟାଇବାକୁ ପୟଗମ୍ବର ମହମ୍ମଦଙ୍କୁ ଅପମାନ କରିଛନ୍ତି’ ବୋଲି ଉଲ୍ଲେଖ କରିଛି । ଏହି ମେଲ୍ରେ ଧମକ ଦିଆଯାଇଛି ଯେ ଅପରାହ୍ଣ ୧ଟା ୧୫ରେ କୋର୍ଟ ପରିସରରେ ବିସ୍ଫୋରଣ ହେବ ।

‘ନକ୍ସଲବାଦୀ ଗୋଷ୍ଠୀମାନେ ଡ୍ରଗ୍ସ ଟଙ୍କା ପାଣ୍ଠିରେ ମିଳୁଥିବା ଚଳଚ୍ଚିତ୍ର କିପରି ପ୍ରଦର୍ଶିତ କରିବେ ତାହା ଜାଣି ନଥିଲେ, ତେଣୁ ସେମାନେ ଗୁରୁବାର ଆପଣଙ୍କ କୋର୍ଟକୁ ଟାର୍ଗେଟ୍ କରିବାକୁ ନିଷ୍ପତି ନେଇଛନ୍ତି । ଅପରାହ୍ଣ ୧.୧୫ ପୂର୍ବରୁ ଯଥାସମ୍ଭବ ଜନସାଧାରଣଙ୍କୁ ରକ୍ଷା କରନ୍ତୁ । ଧମକପୂର୍ଣ୍ଣ ଇମେଲ୍ ନେଇ ରେଜିଷ୍ଟାର ପୁଲିସକୁ ସୂଚିତ କରିଥିଲେ । ପୁଲିସ ଟିମ୍ ପହଂଚି ସମଗ୍ର କୋର୍ଟକୁ ଖାଲି କରିଥିଲେ । ବିଭନ୍ନ ସନ୍ଦିଗ୍ଧ ସ୍ଥାନରେ ଯାଂଚ କରିଥିଲେ । ବର୍ତମାନ ସୁଦ୍ଧା କୋର୍ଟ ପରିସରରୁ କୌଣସି ସନ୍ଦିଗ୍ଧ ସାମଗ୍ରୀ କିମ୍ବା ବିସ୍ଫୋରକ ସାମଗ୍ରୀ ମିଳିନଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *