ଜିଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ଥଣ୍ଡା ଗ୍ଲୁକୋଜ ପାଣି ବଂଟନ

କେନ୍ଦ୍ରାପଡ଼ା, ୩୧/୦୫/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ଆଜି ଶ୍ୟାମଗୁଡିଆସ୍ଥିତ ନୂଆ ଡାକ୍ତରଖାନା ସନ୍ନିକଟରେ ଥଣ୍ଡା ଗ୍ଲୁକୋଜ ପାଣି ବଂଟନ କରାଯାଇଛି । ପ୍ରବଳ ରୌଦ୍ରତାପକୁ ଆଖି ଆଗରେ ରଖି ବଡହାଟସ୍ଥିତ ଡ. ଦେବେନ୍ଦ୍ର କୁମାର ଦାସଙ୍କ ସହଧର୍ମୀଣୀ ସମାଜସେବୀ ସ୍ୱର୍ଗତା କାଥରିନୀ ଦାସଙ୍କ ସ୍ମୃତିରେ ଏହି ଥଣ୍ଡା ଗ୍ଲୁକୋଜ ପାଣି ରୋଗୀ, ରୋଗୀଙ୍କ ସାହାଯ୍ୟକାରୀ ଓ ପଥଚାରୀମାନଙ୍କୁ ବଂଟନ କରାଯାଇଥିଲା ।

ଏହି ସେବା କାର୍ଯ୍ୟକୁ ବରିଷ୍ଠ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ରଶ୍ମୀକାନ୍ତ ପାତ୍ର ଉଦଘାଟନ କରିଥିଲେ । ପ୍ରାୟ ୧ହଜାର ପାଂଚଶହ ବ୍ୟକ୍ତି ଏହି ଥଣ୍ଡାପାନୀୟ ଗ୍ରହଣ କରି ସନ୍ତୋଷ ପ୍ରକାଶ କରିଥିଲେ । ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସଂଯୋଜକ ଗୋଲଖ ପଢିଆରୀ, ଭାଗିରଥି ଜେନା, ରାଜେନ୍ଦ୍ର ମହାପାତ୍ର, ଦେବେନ୍ଦ୍ର ଦାସ, ପ୍ରତିମା ପ୍ରଧାନ, ମୁକ୍ତାର ଖାଁ, ମମତା ମାହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *