ଜିଲ୍ଲା ଆଇନସେଵା ପ୍ରାଧିକରଣ ପକ୍ଷରୁ ସଚେତନତା ସଭା ।

ଯାଜପୁର,୧୭/୦୨/୨୬(ଓଡ଼ିଶା ସମାଚାର)- ଜିଲ୍ଲା ଦୌରାଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ବ୍ଲକ୍ ସମ୍ମିଳନୀ କକ୍ଷ ଠାରେ ଆଇନ୍ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ପ୍ରାଧିକରଣ ସଚୀବ ତଥା ଅତିରିକ୍ତ ଦେଓ୍ବାନୀ ବିଚାରପତି ନେହା ଅଗ୍ରଓ୍ବାଲ୍  ଅଧ୍ୟକ୍ଷତା କରିଵା ସହ ଆଲୋଚ୍ୟ ବିଷୟ ସମ୍ପର୍କିତ ସୂଚନା ପ୍ରଦାନ କରିଥିଲେ ।

ଏଥିରେ ଅତିଥି ଆଲୋଚକ ଭାବେ ସିଭିଲ୍ ଜଜ୍ ସୁନୀତା ବିଶ୍ଵାଳ,ଜେ ଏମ୍ ଏଫ୍ ସି ଵିଣାପାଣୀ ତାଣ୍ଡି,ଆରଟିଓ ଯାଜପୁର ଧିରେନ୍ଦ୍ର ନାୟକ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପାର୍ବତୀ ସାହୁ ,ସୁରକ୍ଷା ଅଧିକାରୀ  ସୁନନ୍ଦା ଦାସ,ସିଡିପିଓ ଯାଜପୁର ଵଜମ୍ ଆରା ବେଗମ୍ ,ଜିଲ୍ଲା ବିଜ୍ଞାନ ନିରୀକ୍ଷକ କୁମାରସେନ୍ ସେନାପତି ଓ ସ୍ଥାୟୀ ଲୋକ ଅଦାଲତ (ପିୟୁଏସ୍)ର  ସଦସ୍ୟ ହୃଷିକେଶ ପଣ୍ଡା ପ୍ରମୁଖ ଯୋଗଦେଇ ସଡ଼କ ସୁରକ୍ଷା ଏମ୍ ଏ ସିଟି ଆଣ୍ଡ ଏମ୍ ସି ଆକ୍ଟ ସଂଶୋଧିତ ଟ୍ରାଵୁନାଲ୍ ଦାବୀ,ଆଇନ୍ ସେବା ଆକ୍ଟ ୧୯୮୭ ସହ ବିବିଧ ସର୍ବସାଧାରଣ ସେବା ଅନ୍ତର୍ଗତ ଲୋକ ଅଦାଲତ ସହାୟତାରେ ନାନାଦି ଦ୍ଵନ୍ଦ୍ଵ ତାର ସମାଧାନ, ବାଲ୍ୟବିବାହ ଇତ୍ୟାଦି କ୍ଷେତ୍ର ରେ ୨୦୨୫ ଯୋଜନା ଅନୁଯାୟୀ ସଚେତନ ସହଯୋଗ ଓ କାର୍ଯ୍ୟାନୁଷ୍ଠାନ ସହିତ ତୃଣମୂଳ ସ୍ତର ରେ ଥିବା ବ୍ୟକ୍ତି ସମୂହ କିପରି ଆଇନ ସମ୍ବନ୍ଧୀୟ ସୂଚନା ଏବଂ ସ୍ବଚ୍ଛ ପ୍ରୋତ୍ସାହନ ପାଇବେ ସେନେଇ କାର୍ଯ୍ୟକାରୀ ହେଉଥିବା ଜାଗୃତୀ ଯୋଜନା ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।ଏହି ସଚେତନତା କାର୍ଯ୍ୟକ୍ରମକୁ ପ୍ରାଧିକରଣ ପ୍ରାକ୍ତନ ସଦସ୍ୟ ଡ଼ ରୁଦ୍ରନାରାୟଣ ପୃଷ୍ଟି ସଞ୍ଚାଳନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣ ଓ ବ୍ଲକ୍ ର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

 

Leave a Reply

Your email address will not be published. Required fields are marked *