କଳା ବ୍ୟାଚ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ଜଣାଇଲେ  ନିମାପଡ଼ା ପ୍ରେସକ୍ଲବ ସଦସ୍ୟ

ନିମାପଡ଼ା,୦୪/୦୫/୨୦୨୬ (ଓଡ଼ିଶା ସମାଚାର)- ଶ୍ରମିକ ଦିବସ ଅବସରରେ ନିମାପଡ଼ା ପ୍ରେସକ୍ଲବ ପକ୍ଷରୁ ସମସ୍ତ ସଦସ୍ୟ କଳା ବ୍ୟାଚ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ଜଣାଇଛନ୍ତି। ନିମାପଡ଼ା ଶହୀଦ ଭବନ ପରିସରରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ସମାରୋହ ପାଳନ ଅବସରରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଗଣମାଧ୍ୟମ ପ୍ରତିନିଧି ମାନେ କଳା ବ୍ୟାଚ ପରିଧାନ କରିଥିବାରୁ ଏହି ସଭାକୁ ପୋଲିସ ଅଧିକାରୀମାନଙ୍କ ଦ୍ୱାରା ବାରଣ କରାଯାଇଥିଲା। ସାମ୍ବାଦିକମାନଙ୍କ ସହ ଆଲୋଚନା ପରେ ଶ୍ରୀମତୀ ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ସାମ୍ବାଦିକ ମାନଙ୍କୁ ସଭା ସ୍ଥଳକୁ ଯିବାପାଇଁ ଅନୁମତି ମିଳିଥିଲା। ସାମ୍ବାଦିକ ସଂଘ ଆହ୍ୱାନକ୍ରମେ ସାରା ରାଜ୍ୟରେ ପ୍ରତିବାଦ ଚାଲୁଥିବା ବେଳେ ନିମାପଡ଼ାର ସାମ୍ବାଦିକ ବନ୍ଧୁମାନେ ଏହିସଭାରେ ଯୋଗ ଦେଇଥିବାରୁ ସେମାନଙ୍କୁ ଅନ୍ତରରୁ ଧନ୍ୟବାଦ ଜଣାଉଛି ବୋଲି ଶ୍ରୀମତୀ ପରିଡ଼ା ତାଙ୍କ ବକ୍ତବ୍ୟରେ କହିଥିଲେ।

ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସରକାରଙ୍କ ଉଦାସୀନତା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଯେପର୍ଯ୍ୟନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେଇ ନାହାନ୍ତି ସେପର୍ଯ୍ୟନ୍ତ ଏହି ଲଢ଼େଇ ଜାରି ରହିବ। ଆବଶ୍ୟକ ପଡ଼ିଲେ ସାମ୍ବାଦିକ ମାନେ ରାଜରାସ୍ତାକୁ ଓହ୍ଲାଇବେ ଏବଂ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବେ ବୋଲି ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୁତି ଭୂଷଣ କର ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *