କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ଅକ୍ଷୟ ଅମୃତ ମହୋତ୍ସବ ପାଳିତ 

କଟକ ୨୦/୦୪/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ୯୬ ତମ କାର୍ଯ୍ୟକ୍ରମ ” ଅକ୍ଷୟ ଅମୃତ ମହୋତ୍ସବ ” ୪୨ ମୌଜା ସ୍ଥିତ ଉଫ ସେବାଶ୍ରମରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ୱ କରି ଅକ୍ଷୟ ତୃତୀୟାର ପୂର୍ଣମୟ ସ୍ୱରୂପକୁ ସରଳ ଭାବେ ବ୍ୟାଖ୍ୟା କରିଥିଲେ । ଅନୁଷ୍ଠାନ ପକ୍ଷରୁ ମାଆମାନଙ୍କୁ ଶାଢ଼ୀ ଏବଂ ପୁରୁଷ ଅନ୍ତେବାସୀମାନଙ୍କୁ ଧୋତି ପ୍ରଦାନ କରାଯାଇଥିଲା ।

ପ୍ରତିଭା ମାନଙ୍କୁ ଅକ୍ଷୟ ଅମୃତ ସନ୍ତାନ ଆଧ୍ୟାତ୍ମିକ ସମ୍ମାନ ପ୍ରଦାନ କରାଯାଇଥିଲା । କବି ଏବଂ କବୟିତ୍ରୀବୃନ୍ଦ ” ଆମ ଅକ୍ଷୟ ତୃତୀୟା ଏବଂ ଆମ ପରମ୍ପରା ” ଶୀର୍ଷକରେ କବିତା ପାଠ କରିଥିଲେ । ମୁଖ୍ୟ ଅତିଥି ଡାକ୍ତର ଦୀନବନ୍ଧୁ ମହାରଣା ଅକ୍ଷୟ ତୃତୀୟା ଓଡ଼ିଆ ଜାତିର ଗଣପର୍ବ ରୂପେ ପ୍ରତିବର୍ଷ ପାଳନ କରାଯିବା ଉଚିତ୍ ବୋଲି ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଅଧ୍ୟାପକ କିଶୋର ଚନ୍ଦ୍ର ଦାସ ଅକ୍ଷୟ ତୃତୀୟାର ପୌରାଣିକ ଦିଗ ବିଷୟରେ ସ୍ପଷ୍ଟ କରିଥିଲେ ।

ସମ୍ମାନିତ ଅତିଥି ଅଧ୍ୟାପକ ଡ. ବିଶ୍ୱଜିତ୍ କେଶରୀ ବିଶ୍ଵାଳ , ଡାକ୍ତର ହରିପଦ ମାଝୀ , ଅଧ୍ୟାପିକା ଉର୍ବଶୀ ସାହୁ , କବି କାହ୍ନୁ ଚରଣ ପାଣିଗ୍ରାହୀ,କବୟିତ୍ରୀ ଡଃ ସସ୍ମିତା ଦାସ, କବି ଲକ୍ଷ୍ମୀ ପ୍ରସାଦ ଆଚାର୍ଯ୍ୟ,କଣ୍ଠଶିଳ୍ପୀ ଅଶୋକ କୁମାର ବେହେରା,ଚିନ୍ମୟୀ ପଟ୍ଟନାୟକ , କବିୟତ୍ରୀ ବନ ଲତା ମହାପାତ୍ର ଏବଂ ଅଧ୍ୟାପକ ଡ଼କ୍ଟର ମନୋରଞ୍ଜନ ବେଉରା ଅକ୍ଷୟ ତୃତୀୟାର ମାହାତ୍ମ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । କବି ଶୁଭବ୍ରତ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ସମାଜସେବୀ ସନ୍ଧ୍ୟାରାଣୀ ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *