କଟକ ସଦର, ୧୩/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵୋଧପୁର ପଞ୍ଚାୟତର ସରକାରୀ ପାଇକାଣ ବିଦ୍ୟାଳୟର ବାର୍ଷିକ ଉତ୍ସବ ଗତକାଲି ଗୁରୁବାର ସଂଧ୍ୟାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଧାନ ଶିକ୍ଷକ ସେଖ୍ ଅବଦୁଲ ଵୁରାହାନ ଙ୍କ ପୈ।ରୋହିତ୍ୟରେ ଆୟୋଜିତ ସଭାରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଲ ମଣିଷ ହେବାପାଇଁ ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ବ୍ଲକ ଶିକ୍ଷା ଅଧିକାରିଣୀ ମନିଷା ବିଶ୍ୱାଳ, ସହକାରୀ ଏଵିଇଓ ଅନନ୍ତ ଚରଣ ଦେହୁରୀ,ଏଵିଇଓ ରବିନ୍ଦ୍ର କୁମାର ବେହେରା, ନିଶ୍ଚିନ୍ତକୋଇଲି ଏଵିଇଓ ଜାକିର ହୁସେନ, ଗ୍ଲୋବାଲ ଇଣ୍ଡିଆନ ପବ୍ଲିକ ସ୍କୁଲ ର ପରିଚାଳନା ନିର୍ଦ୍ଦେଶକ ଡ଼ଃ ସିଆରସିସି ଶେଖ୍ ସିରାଜ ଉଲ୍ଲା, ସିଆରସିସି ଜଗନ୍ନାଥ ମହାଳୀ, ସମାଜସେବୀ ଚିତ୍ତରଞ୍ଜନ ସାହୁ, ସରପଂଚ ପ୍ରଶାନ୍ତ କୁମାର ବେହେରା,ମିତାଞ୍ଜଳୀ ନାୟକ, ନିରୁପମା ରାଉତ, ଶିକ୍ଷାବିତ ପ୍ରଦୀପ୍ତ କୁମାର ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ।
ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ବିଧାୟକ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଉପଭୋଗ୍ୟ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ମମତା ପଣ୍ଡା, ମିନତୀ ମିଶ୍ର,ମାନସୀ ମଲ୍ଲିକ,ସୁଚିସ୍ୱତା ବିଶ୍ୱାଳ ସହାୟତା କରିଥିଲେ। ଏହି ଅବସରରେ ବିଦ୍ୟାଳୟ ର ଅଭାବ ଅସୁବିଧା କୁ ଯଥାଶୀଘ୍ର ପୁରଣ କରାଯିବ ବୋଲି ବିଧାୟକ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।
