କଟକ ୧୯/୦୪/୨୦୨୬ ( ଓଡିଶା ସମାଚାର /ଅଭୟ ଜେନା ) କଟକ ସାମ୍ବାଦିକ ସେବା ସଂଘ ଆନୁକୂଲ୍ୟରେ ଏକ ଜଳସେବା କାର୍ଯ୍ୟକ୍ରମ ରବିବାର ସ୍ଥାନୀୟ ୫୩ ନମ୍ବର ୱାର୍ଡ ତାଳଦଣ୍ଡା କେନାଲ ରାସ୍ତାର ନାଗେଶ୍ୱର ମନ୍ଦିର ଛକ ଅନ୍ଦରପୁର ଠାରେ ଅନୁଷ୍ଠିତ ହୋଇଯାଇଛି।
ସଂଘର ସଭାପତି ସମୀର କରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଦହି ପଣା ବଣ୍ଟନ କାର୍ଯ୍ୟକ୍ରମରେ ଅତିଥିଭାବେ ବିଧାୟକ ସୌଭିକ ବିଶ୍ୱାଳ, କଟକ ସଦର ବ୍ଲକ ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ମଧୁପାଟଣା ଥାନା ଆଇଆଇସି ଚିତ୍ତରଞ୍ଜନ ରାଉତ, କର୍ପୋରେଟର ଅରବିନ୍ଦ ଜେନା, ସୌଭାଗିନୀ ଜେନା, ସନ୍ତୋଷ ଭୋଳ, ଇଂ ସୁବ୍ରତ ଘଡ଼ାଇ, ଗୋପାଳ ବେହେରା, ସୁଭାଶିଷ ପଟ୍ଟନାୟକ, ମୀନା ସାହୁ, ସମାଜସେବୀ ସୁକାନ୍ତ ସାହାଣୀ, ଏମଡିଏ ସଭାପତି ସଞ୍ଜୟ ଜେନା, ଅନ୍ଦରପୁର ସାହି ପ୍ରମୋଦ ଭୋଳ, ସରୋଜ ରାଉତ, ବିନୋଦ ବେହେରା, ମାଗୁଣୀ ଦାସ, ଚିତ୍ତରଞ୍ଜନ ନାୟକ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ହରିହର ସାମଲ, ବିଜୟାନନ୍ଦ ସାହୁ, ରଜନୀକାନ୍ତ ପରିଜା, ପ୍ରଭାକର ମଲ୍ଲିକ, ସିନେ ଅଭିନେତା ଶକ୍ତି ବରାଳ, ସାମ୍ବାଦିକ ପ୍ରଦୀପ ରଥ ପ୍ରମୁଖ ଯୋଗ ଦେଇ ଦହିପଣା ବଣ୍ଟନ କରିଥିଲେ।
ଏଥିରେ ହଜାର ହଜାର ଲୋକଙ୍କୁ ଦହି ଲସି, ଟଙ୍କ ତୋରାଣୀ, ତରଭୁଜ ବଣ୍ଟନ କରାଯାଇଥିଲା। ଏହି ଜଳସେବା କାର୍ଯ୍ୟକ୍ରମଟି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ସଂଘର କାର୍ଯ୍ୟକର୍ତାମାନେ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସଂଘର ସମସ୍ତ ସାମ୍ବାଦିକ ଓ ବହୁ ସଂଖ୍ୟାରେ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ।
