ସାଲେପୁର,୧୯/୦୪/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା )ମା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଭୀମଦାସପୁରର ୨୭ ତମ ବାର୍ଷିକ ଉତ୍ସବ ପଟୁଆ ହାଟ ସ୍ଥିତ ବଟଗୋସ୍ୱାମୀ ଙ୍କ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ନାଟ୍ୟକାର ଶ୍ରୀଯୁକ୍ତ ମାଧବ ଚନ୍ଦ୍ର ପଣ୍ଡା ଯୋଗଦେବା ସହ ମୁଖ୍ୟବକ୍ତା ଭାବେ ମୁଳୁବସନ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଶ୍ୱଜିତ ସେଠି ଏବଂ ସମ୍ମାନିତ ଅତିଥି ଭାବେ ବିଦ୍ୟାମନ୍ଦିର କମିଟି ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ବିଶ୍ୱାଳ, ସମ୍ପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ବିଶ୍ୱାଳ,କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ବେହୁରା ପ୍ରମୁଖ ଯୋଗଦାନ କରିଥିଲେ । ଏହି ମଞ୍ଚକୁ ପରିଚାଳନା କରିବା ସହ ଅତିଥି ପରିଚୟ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଗୁରୁଜୀ ମନୋଜ କୁମାର ଦାସ ।
ଶିକ୍ଷା ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଷିତା ଲାଭ କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ଏବଂ କୃତି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପରିଶେଷରେ ବିଦ୍ୟମାନ୍ଦିର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ନୃତ୍ୟ ଏବଂ ସଂଗୀତ ପରିବେଷଣ କରାଯାଇଥିଲା । ଏହାର ବିଚାରକ ଭବେ କ୍ଷୀରୋଦ ଚଦ୍ର ଦାସ ଏବଂ ସୁଧୀର କୁମାର ପରିଡା ଥିଲେ । ବିଦ୍ୟାମନ୍ଦିର ର ବିଚିତ୍ରାନନ୍ଦ ସାମଲ,ପ୍ରତିଭା ସିଂହ, ବିଜୟଲଷ୍ମୀ କର, ମୁକ୍ତାରାଣୀ ବେଜ, ତପସ୍ୱିନୀ ପରିଡା,ସସ୍ମିତା ସ୍ୱାଇଁ, ଛବିରାଣୀ ସେଠି, ସୁଜାତା ସେଠୀ, ଲୋପିତା ଲୋପାମୁଦ୍ରା ପୃଷ୍ଟି, ଶୁଭଲକ୍ଷ୍ମୀ ରାଉତରାୟ, ଇତିଶ୍ରୀ ବାରିକ, ସସ୍ମିତା ଦାସ ଗୁରୁଜୀ ଓ ଗୁରୁମା ଏବଂ କମିଟି ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିଥିଲେ ।
