ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଏବଂ ଫୁଲବାଣୀ ସରକାରୀ ମେଡିକାଲ କଲେଜରେ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁମତି ମିଳିଛି

ଭୁବନେଶ୍ୱର,୦୨/୦୯/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ୨୦୨୫-୨୬ ଶିକ୍ଷାବର୍ଷରୁ ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଏବଂ କନ୍ଧମାଳର ଫୁଲବାଣୀ ସରକାରୀ ମେଡିକାଲ କଲେଜରେ ୧୦୦ ଟି ଲେଖାଏଁ MBBS ସିଟ୍ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁମତି ମିଳିଛି । ଏହା ଓଡ଼ିଶା ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ। ଏଥିପାଇଁ ଓଡ଼ିଶାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ଏବଂ ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେପି ନଡ଼ା ଜୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ଏହି ଐତିହାସିକ ପଦକ୍ଷେପ ରାଜ୍ୟରେ ଭେଷଜ ଶିକ୍ଷା କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବା ସହିତ ସମଗ୍ର ଓଡ଼ିଶାରେ, ବିଶେଷତଃ ତାଳଚେର ଓ କନ୍ଧମାଳରେ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବ ଓ ଆମ ଲୋକମାନଙ୍କ ପାଇଁ ସୁଲଭ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।

https://x.com/MohanMOdisha/status/1962924664704872699

Leave a Reply

Your email address will not be published. Required fields are marked *