ମାହାଙ୍ଗା,୨୦/୦୪/୨୦୨୬(ଓଡିଶା ସମାଚାର /ଅଭୟ ଜେନା)-ବିଶିଷ୍ଟ ଗାନ୍ଧିବାଦୀ ନେତା,ଲୋକବନ୍ଧୁ ଜଗନ୍ନାଥ କରଙ୍କ ତିରୋଧାନ ତିଥିରେ ତା’ଙ୍କ ହାତଗଢା ଅନୁଷ୍ଠାନ ବାଗ୍ମୀ ବିଶ୍ୱନାଥ ବିଦ୍ୟା ନିକେତନ ମୂଳବସନ୍ତ ଠାରେ ଏହି ଯଶସ୍ବୀ ପୁରୁଷଙ୍କ ୨୯ ତମ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟିକ ପ୍ରଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସଂଗ୍ରାମୀ ଜଗନ୍ନାଥ କରଙ୍କ ତ୍ୟାଗ ଓ ସେବାର ପଟ୍ଟାନ୍ତର ନାହିଁବୋଲି କହିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟ ପରିସରରେ ପ୍ରତିଷ୍ଠିତ ଜାତିର ଜନକ ମହାତ୍ମା ଗାନ୍ଧୀ, ବାଗ୍ମୀ ବିଶ୍ୱନାଥ କର ଏବଂ ଲୋକବନ୍ଧୁ ଜଗନ୍ନାଥ କରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ।
ଆୟୋଜିତ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ଶିକ୍ଷାବିତ କୈଳାଶ ଚନ୍ଦ୍ର ବଳବନ୍ତରାୟ, ସମାଜସେବୀ ବଟକୃଷ୍ଣ ଦାଶ, ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ, ସାହିତ୍ୟିକ ଅଖିଳେଶ ପଦ ମହାନ୍ତି,କବି ରାଧାକାନ୍ତ ବଳବନ୍ତରାୟ, ପ୍ରଧାନଶିକ୍ଷକ ବିଶ୍ୱଜିତ ସେଠୀ ଅତିଥି ଭାବେ ଯୋଗଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ରାମଚନ୍ଦ୍ର ମହାପାତ୍ର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅଲେଖ ଚନ୍ଦ୍ର ଦାସ,ପ୍ରାକ୍ତନ ପ୍ରଧାନଶିକ୍ଷକ ବିନୋଦ ବିହାରୀ କର,ଯୁବ ସଂଗଠକ ଶୁଭେନ୍ଦୁ ସାମଲ, ସମାଜସେବୀ ଶୁଭେନ୍ଦୁ କର, ଶିକ୍ଷକ ବିଜୟ କୁମାର ନାୟକ, ସନ୍ତୋଷ କୁମାର ନାୟକ ପ୍ରମୁଖ ଦିବଂଗତ ଜନନେତା ଜଗନ୍ନାଥ କରଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ ।
ଏହି ଉତ୍ସବରେ ବିଦ୍ୟାଳୟର ପୁରାତନ ଛାତ୍ର କୃଷ୍ଣଚନ୍ଦ୍ର ସାହୁ, ଅରୁଣ କୁମାର ମିଶ୍ର, ରଞ୍ଜନ କୁମାର ବଳବନ୍ତରାୟ,ସୁବାସ କର,ହରିହର ବିଶ୍ୱାଳ, ପରିଚାଳନା କମିଟି ସଭାପତି ଅଜିତ କୁମାର ମହାନ୍ତି, ରଞ୍ଜନ କୁମାର ସାମଲ, ସୋମନାଥ ସାମଲ, ପ୍ରଣୟ କୁମାର ବଳବନ୍ତରାୟ,ଅଜୟ ଭଦ୍ର ପ୍ରମୁଖ ଯୋଗଦେଇ ଜଗନ୍ନାଥ କରଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣ ସାହୁ, ଶୁଭକାନ୍ତ ସେଠୀ,ସୁନୀଲ ରଞ୍ଜନ ପାଣି, ନିହାରିକା ମହାପାତ୍ର,ସୁଚରିତା ମହାନ୍ତି, ପବିତ୍ର ମଲ୍ଲିକ,ନିହାର ରଞ୍ଜନ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ ।
ଉତ୍ସବରେ ବହୁ ବୁଦ୍ଧିଜୀବୀ,ଅଭିଭାବକ, ଛାତ୍ର ଛାତ୍ରୀ ଏବଂ ସ୍କୁଲ ପରିଚାଳନା କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।
