କୁଦାନଗରୀ ବିଦ୍ୟୁତ ଷ୍ଟ୍ରକଚର ରେ ବିଭ୍ରାଟ

୧୧ ଟି ପଂଚାୟତର ହଜାର ହଜାର ଉପଭୋକ୍ତା ୧୮ ଘଂଟା ବିଦ୍ୟୁତ ସେବାରୁ ବଂଚିତ

ଗରଦପୁର, ୦୫/୦୭/୨୦୨୬ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ କୁଦାନଗରୀ ଠାରେ ଏକ ୩୩ କେଭି ବିଦ୍ୟୃୁତ ଷ୍ଟ୍ରକଚର ରହିଛି । ଏହି ବିଦ୍ୟୁତ ଷ୍ଟ୍ରକଚର ରୁ ଗରଦପୁର ବ୍ଲକ୍ ର ମଧୁଶାସନ, ବଡ଼ ବେତ୍ରା, ଭଗବାନପୁର,ବଙ୍ଗାଳପୁର,ନଡ଼ିଆପରାଇ,ରାମଚନ୍ଦ୍ରପୁର,ତିକନପୁର,ସାନ ଅଢ଼ଙ୍ଗା ପଂଚାୟତ ସମେତ ଚିତ୍ରୋପôଳା ନଦୀର ଅପର ପାଶ୍ୱର୍ରେ ଥିବା ବନ୍ତଳା, ତେଣ୍ଡାକୁଡ଼ା ଓ ପଳସୁଧା ପଂଚାୟତକୁ ବିଦ୍ୟୁତ ଯୋଗାଣ କରାଯାଇଥାଏ । ହେଲେ ଗତ କାଲି ଶନିବାର ରାତି ୩ ଟା ଠାରୁ ଆଜି ରବିବାର ରାତି ୯ ଟା (ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ) ୧୮ ଘଂଟା ବିତି ଯାଇଥିଲେ ମଧ୍ୟ ଏସବୁ ଅଂଚଳ ବିଦ୍ୟୁତ ସରବହାରହ ରୁ ବଂଚିତ ରହିଛି । ଗତକାଲି ବର୍ଷା ସମୟରେ ବିଦ୍ୟୁତ ବିତରଣରେ ବିଭ୍ରାଟ ଘଟିବାରୁ ବିଦ୍ୟୃୁତ ଯୋଗାଣ ଠପ୍ ହୋଇ ଯାଇଛି ।

ଫଳରେ ଏହିସବୁ ଅଂଚଳର ୭୦ଟି ରୁ ଉଦ୍ଧ୍ୱର୍ ରାଜସ୍ୱ ଗ୍ରାମର ୭୦ ହଜାର ରୁ ଉଦ୍ଧ୍ୱର୍ ଉପଭୋକ୍ତା ଙ୍କ ଘରେ ବିଜୁଳି ସରବରାହ ବନ୍ଦ ରହିଛି । ଏହା ବ୍ୟତିତ କୋରୁଆ, ବଙ୍ଗାଳପୁର, ନାଗଣପୁର, ମଧୁ, ପଳସୁଧା , ତେଣ୍ଡାକୁଡ଼ା  ବଜାର ମାନଙ୍କରେ ମଧ୍ୟ ସମାନ ଅବସ୍ଥା । ଗତକାଲି ରାତିରୁ ବିଦ୍ୟୁତ ବନ୍ଦ ହୋଇଥିବାରୁ ବ୍ୟବସାୟ ପ୍ରତିଷ୍ଠାନ ପରିଚାଳନାରେ ନାନାଦି ହଇରାଣ ହରକତ ହେଉଛନ୍ତି । ଉପଭୋକ୍ତା ମାନଙ୍କ ଘରେ ବିଦ୍ୟୁତ ନଥିବାରୁ ଉପଭୋକ୍ତାମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ କେଉଁଠି ?କଣ ବିଦୃ୍ୟୁତ ବିଭ୍ରାଟ ହୋଇଛି, ସେ ଖବର ନିର୍ଦ୍ଧିଷ୍ଟ ଭାବରେ କାହାରି ପାଖରେ ନାହିଁ ।

ଖବର ଜାଣିବାକୁ କୁଦାନଗରୀ କାର୍ଯ୍ୟାଳୟକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ । ଅପର ପକ୍ଷରେ ଚାନ୍ଦୋଳ ରୁ ପାଣିଓଳା ଦେଇ କୁଦାନଗରୀକୁ ଆସିଥିବା ୩୩ କେଭି ବିଦ୍ୟୁତ ଲାଇନ୍ ଟଣାଯାଇ ବୁଦାନଗରୀ ରେ ବିଦ୍ୟୃୁତ ଷ୍ଟ୍ରକଚର ହୋଇଛି । ଏହି ପାଣି ଓଳା ନିକଟରେ ବିଦ୍ୟୁତ ଖୁଂଟ ଓ ତାର ନଇଁପଡ଼ିବା ସହିତ ତାର ଛିଣ୍ଡିଯିବାରୁ ଏଭଳି ବିଦ୍ୟୁତ ବିଭ୍ରାଟ ସୃଷ୍ଟି ହୋଇଥିବା କୁହାଯାଉଛି । ଅଧିକନ୍ତୁ ବିଦ୍ୟୁତ ବିଭାଗ ତରଫରୁ ଉପଭୋକ୍ତାଙ୍କ ମୋବାଇଲ କୁ ଅପରାହ୍ନ ୩ ଟା , ସନ୍ଧ୍ୟା ୬ଟା ପରେ ରୀାତି ସାଢ଼େ ୮ଟା ବେଳେ ଲାଇନ ଦିଆଯିବ ବୋଲି ବାରମ୍ବାର ସୂଚନା ଦିଆଯାଇଥିଲେ ମଧ୍ୟ ରାତି ୯ ଟା ସୁଦ୍ଧା ଲାଇନ୍ ଆସିନାହିଁ ।  ଅଂଚଳ ସମ୍ପୂର୍ଣ୍ଣ ଅନ୍ଧକାର ରେ ରହିଛି ଏବଂ ଉପଭୋକ୍ତାମାନେ ଦାୟିତ୍ୱରେ ଥିବା ଲାଇନ ମ୍ୟାନ ଓ ବିଭାଗିୟ କନିଷ୍ଠ ଯନ୍ତ୍ରୀ ଙ୍କୁ ଫୋନ୍ରେ ଯୋଗାଯୋଗ କଲେ ମଧ୍ୟ କେହି ରିସିଭ କରୁନଥିବା ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *